Type Here to Get Search Results !

କୁଚିଣ୍ଡାରେ ଯୁବକ ଚାଳକଙ୍କ ହୃଦଘାତରେ ମୃତ୍ୟୁ – ମାଆ ଓ ଝିଅଙ୍କ ସାମ୍ନାରେ ଦୁର୍ଭାଗ୍ୟଜନକ ଘଟଣା


କୁଚିଣ୍ଡା :-

ଜଣେ ଯୁବକ ଚାଳକ ଝିଅ ଓ ମାଆଙ୍କୁ ବସାଇ କାର ଚଳାଉଥିବା ବେଳେ ହଠାତ ହୃଦଘାତ ହୋଇ ମୃତ୍ୟୁ ହେବା ଘଟଣା କୁଚିଣ୍ଡାରେ ଚର୍ଚ୍ଚାର ମୁଦ୍ଦା ହୋଇଛି। ମୃତକଙ୍କ ନାମ ଶ୍ରୀକାନ୍ତ ନାଗ (୩୬) ବୋଲି ଚିହ୍ନଟ ହୋଇଛି। ସୂଚନା ଅନୁସାରେ, କତରବଗା ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ଝିଅ ଅସୁସ୍ଥ ଥିବାରୁ ସେକୁ ସ୍କୁଲରୁ ନେବା ପାଇଁ କାରରେ କୁଚିଣ୍ଡା ଆସିଥିଲେ। ସେମାନଙ୍କ ସହ ଥିଲେ ଚାଳକ ଶ୍ରୀକାନ୍ତ ନାଗ। ସ୍କୁଲରୁ ଝିଅକୁ ନେଇ ଘରକୁ ଫେରୁଥିବା ବେଳେ କୁଚିଣ୍ଡା ସାପ୍ତାହିକ ବଜାର ନିକଟରେ ହଠାତ ଶ୍ରୀକାନ୍ତଙ୍କ ଛାତିରେ ଭୟଙ୍କର ଯନ୍ତ୍ରଣା ହୋଇଥିଲା। ସେ ଚିତ୍କାର କରି ସିଟ୍‌ରେ ଲୋଟି ପଡ଼ିଥିଲେ। ଏହା ଦେଖି ପଛ ସିଟ୍‌ରେ ବସିଥିବା ମାଆ ଓ ଝିଅ ଭୟଭୀତ ହୋଇ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକ ଗାଡ଼ି ଥମାଇ ଚାଳକଙ୍କୁ ଉଦ୍ଧାର କରି କୁଚିଣ୍ଡା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ସୁବୋଧ ନୟନ ଜଣାଇଛନ୍ତି, ଶରୀରରେ କୌଣସି କ୍ଷତ ଚିହ୍ନ ନଥିଲା ଓ ପ୍ରାଥମିକ ତଦନ୍ତରୁ ଏହା ହୃଦଘାତ ଜନିତ ମୃତ୍ୟୁ ବୋଲି ଅନୁମାନ କରାଯାଉଛି। ସେ କହିଛନ୍ତି ଯୁବାବସ୍ଥାରେ ଏପରି ମୃତ୍ୟୁ ‘ୟଙ୍ଗଷ୍ଟୋନ୍’ ରୋଗ ସହ ସମ୍ବନ୍ଧିତ ହୋଇପାରେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.