ଝାରସୁଗୁଡ଼ା :-
ଝାରସୁଗୁଡ଼ା ଜିଲ୍ଲା ପୁଣିଥରେ ଖେଳଜଗତରେ ନିଜର ଦାବି ପ୍ରମାଣ କରିଛି। ଆସନ୍ତା ୩ୟ ଜୁନିଅର ଏସିଆନ୍ ପେନ୍ଚକ୍ ସିଲାଟ୍ ଚ୍ୟାମ୍ପିଅନଶିପ୍, ଯାହା ଶ୍ରୀନଗରରେ ଆୟୋଜିତ ହେବ, ସେଥିପାଇଁ ଝାରସୁଗୁଡ଼ାର ୪ ଜଣ ପ୍ରତିଭାଶାଳୀ ଖେଳାଳିଙ୍କୁ ଚୟନ କରାଯାଇଛି।
ଚୟନିତ ଖେଳାଳିମାନେ ହେଲେ – ଆଲିନା ଗୁରୁଙ୍ଗ, ଭୁବନ ରାଇ, ଆଶିକ ପ୍ରଧାନ ଏବଂ ସ୍ୱୟମ୍ ଗୁରୁଙ୍ଗ।
ପ୍ରସ୍ତୁତି ଶିବିରର ସମାପନୀ ଅବସରରେ ଖେଳାଳିମାନେ ଅଧିକାରୀ ଓ ଅତିଥିମାନଙ୍କର ଆଶୀର୍ବାଦ ଏବଂ ଶୁଭେଚ୍ଛା ପ୍ରାପ୍ତ କରିଥିଲେ।
ଏହି ଅବସରରେ ଶ୍ରୀପ୍ରସାଦ ତାମାଙ୍ଗ ସାର, PSAO, ଅଧ୍ୟକ୍ଷ ଶ୍ରୀ ତପସ କୁମାର ରାୟଚୌଧୁରୀ, ସାଧାରଣ ସଚିବ ପ୍ରେମସିଂହ ଥାପା, ତଥା ଅନ୍ୟାନ୍ୟ ଅତିଥିଗଣ ଉପସ୍ଥିତ ଥିଲେ।


