Type Here to Get Search Results !

କେନ୍ଦୁଝରର ରାଜା ରଞ୍ଜିତ ପ୍ରତାପ ବଳଙ୍କୁ “ନ୍ୟାଶନାଲ୍ ଅୱାର୍ଡ୍ ଫର୍ ଇ-ଗଭର୍ନାନ୍ସ 2025”


କେନ୍ଦୁଝର :-

କେନ୍ଦୁଝର ଜିଲ୍ଲାର ସୁଆକଟି ଗ୍ରାମ ପଞ୍ଚାୟତ ପୁଣିଥରେ ଗର୍ବିତ ହୋଇଛି। ସୁଆକଟି ଗ୍ରାମ ପଞ୍ଚାୟତ ପାଇଁ ରାଜା ରଞ୍ଜିତ ପ୍ରତାପ ବଳଙ୍କୁ ଭାରତ ସରକାରଙ୍କ ପ୍ରଶାସନିକ ସୁଧାର ଏବଂ ଲୋକ ଶିକାୟତ ବିଭାଗ ଦ୍ୱାରା ରାଷ୍ଟ୍ରୀୟ ଇ-ଗଭର୍ନାନ୍ସ ପୁରସ୍କାର 2025 (ଜୁରି) ପ୍ରଦାନ କରାଯାଇଛି।

ଏହି ସମ୍ମାନ “Grassroot Level Initiatives for Deepening/Widening of Service Delivery with focus on initiatives by Gram Panchayats or equivalent Traditional Local Bodies” ଶ୍ରେଣୀରେ ମିଳିଛି।



ପୁରସ୍କାର ପ୍ରଦାନ କରିଥିଲେ ଶ୍ରୀ ବି. ଶ୍ରୀନିବାସ, ସଚିବ, ପ୍ରଶାସନିକ ସୁଧାର ବିଭାଗ, ଭାରତ ସରକାର।

ଏହି ପୁରସ୍କାର ସୁଆକଟି ଗ୍ରାମ ପଞ୍ଚାୟତରେ ଗ୍ରାମୀଣ ତଳସ୍ତରରେ ସେବା ପ୍ରଦାନକୁ ବିସ୍ତାର ଏବଂ ଗଭୀର କରିବା ପାଇଁ ହୋଇଥିବା ଉଲ୍ଲେଖନୀୟ ପଦକ୍ଷେପର ସ୍ୱୀକୃତି।

ଜିଲ୍ଲାରେ ଏହି ସଫଳତାକୁ ନେଇ ଆନନ୍ଦ ଓ ଗର୍ବର ପରିବେଶ ସୃଷ୍ଟି ହୋଇଛି

Post a Comment

0 Comments
* Please Don't Spam Here. All the Comments are Reviewed by Admin.