ପିପିଲି :-
ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଅଧିନ ଵଳଙ୍ଗା ଥାନା ନିକଟସ୍ଥ କୋଠକୁସାଙ୍ଗ ପଞ୍ଚାୟତ ଅଧୀନ ଦନ୍ଦିପୁର ଠାରେ ଗୈତମଵୁଦ୍ଧ ଇଣ୍ଟରନ୍ୟାସନାଲ ସ୍କୁଲ ରହିଅଛି।ସେହି ସ୍କୁଲର ସମ୍ପାଦକ ଭାବେ ସୁକାନ୍ତି ମିଶ୍ର ଅଛନ୍ତି। ସୁକାନ୍ତିଙ୍କ ପୁଅ ସାୟାନ୍ସ ମିଶ୍ର (୧୩) ସ୍କୁଲରେ ପାଠ ପଢ଼ିବା ସହିତ ଟ୍ୟୁମର ମଧ୍ୟ ହେଉଛନ୍ତି। ସ୍କୁଲରେ ପିଅନ ଭାବେ କାମ କରୁଥିବା ବଳରାମ ଜେନା(ଗାଙ୍ଗୁଲି)ଘର ତୋରଵାଙ୍ଗ ପୁଅର ଭଲମନ୍ଦ ଦାୟିତ୍ଵ ବୁଝିଥାନ୍ତି। ବଳରାମ ସୁକାନ୍ତିଙ୍କ ପୁଅକୁ ଦୈନନ୍ଦିନ ସ୍କୁଲକୁ ନେବା ଆଣିବା କରିବା ସହ ଭଲମନ୍ଦ ବୁଝିଥାନ୍ତି। ଏହି ସୂଯୋଗରେ ପୁଅ ପାଖରେ ଥିବା ମୋବାଇଲକୁ ବ୍ୟବହାର କରିଥାନ୍ତି। ଆଗକୁ ଦଶହରା ଥୁଵାରୁ ମୁଁ ପୁଅ ପାଇଁ ଗୋଟେ ଗାଡ଼ି କିଣିବାପାଇଁ ଫୋନ ପରେ ମାଧ୍ୟମରେ ତା ମୋବାଇଲକୁ ୪୦ ଲକ୍ଷ ଟଙ୍କା ପଠାଇଥିଲି। ବଳରାମ ମୋଵାଇଲରୁ ୩୫ ଲକ୍ଷ ଟଙ୍କା ନେଇ ଥିବା ଜାଣିପାରି ପଚାରିବାରୁ ସେ ମୋତେ ଧମକ ଦେଇ କହିଲା ଯେ ମୁଁ ଟଙ୍କା ନେଇ ନାହିଁ ଯଦି ମୋତେ ଏ ବିଷୟରେ ଆଉ କୋଉ ଦିନ ମାଗିଵ ଵା ପଚାରିଵ ତା'ହେଲେ ମୁଁ ତୁମ ପରିବାରକୁ ଜୀବନରୁ ଶେଷ କରିଦେବି ବୋଲି ସୁକାନ୍ତି ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ପାଇବା ପରେ ଵଳଙ୍ଗା ଥାନା ଅଧିକାରୀ ଦିଵ୍ୟରଞ୍ଜନ ପଣ୍ଡା ୨୨୦/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

