ଏକ ସମ୍ପ୍ରତିକ ସାକ୍ଷାତକାରରେ ବିଶ୍ୱପ୍ରସିଦ୍ଧ ଟେକ୍ନୋଲୋଜି କମ୍ପାନୀ ASML ର ଏକ୍ସିକ୍ୟୁଟିଭ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ମୋଦୀଜୀଙ୍କର ନିବେଶକମୁଖୀ ଭାବଧାରା ଏବଂ ଖୋଲା ମନୋଭାବ ବିଶ୍ୱ ଶିଳ୍ପକୁ ଭାରତରେ ନୂତନ ଆଶା ଦେଇଛି। ASML ପ୍ରତିନିଧିଙ୍କ କଥାନୁସାରେ, ଭାରତରେ ନିବେଶ ପାଇଁ ସୁବିଧାଜନକ ପରିବେଶ ସୃଷ୍ଟି କରିବାରେ ସରକାରର ଉଦ୍ୟମ ଦୃଷ୍ଟିଆକର୍ଷଣ କରୁଛି। ସେ କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ, ବିଶେଷ କରି ନିବେଶକମାନଙ୍କୁ ସୁବିଧା ଓ ପ୍ରୋତ୍ସାହନ ଦେବାରେ, ଅତ୍ୟନ୍ତ ପ୍ରଶଂସନୀୟ।"
ଏହି ସୁଯୋଗରେ ASML ପକ୍ଷରୁ ୟୁରୋପୀୟ ସଂଘର ନେତାମାନଙ୍କୁ ମଧ୍ୟ ଏକ ସନ୍ଦେଶ ଦିଆଯାଇଛି। ସେମାନଙ୍କୁ ଅନୁରୋଧ କରାଯାଇଛି, ଯେ ୟୁରୋପର ଭବିଷ୍ୟତ୍ରେ ନିବେଶ କରୁଥିବା କମ୍ପାନୀମାନଙ୍କ ସହିତ ଆହୁରି ସୁଦୃଢ଼ ସମ୍ପର୍କ ଓ ସହଭାଗିତା ଗଢ଼ି ଉଠିବା ଆବଶ୍ୟକ।ଟେକ୍ନୋଲୋଜିକୁ କେନ୍ଦ୍ରକରିଥିବା ବିଶ୍ୱ ଅର୍ଥନୀତିରେ, ଭାରତର ‘ମେକ୍ ଇନ୍ ଇଣ୍ଡିଆ’ ଓ ‘ଡିଜିଟାଲ୍ ଭାରତ’ ପରିକଳ୍ପନା ASML ପରି କମ୍ପାନୀମାନଙ୍କୁ ଭବିଷ୍ୟତରେ ବିଶେଷ ଆଶା ଯୋଗାଇଛି।
