ପୁରୀ :-
ପ୍ଲାଷ୍ଟିକ ମୁକ୍ତ ପରିବେଶ ଆଭିମୁଖ୍ୟ ନେଇ ମା ମନସା ପୀଠ ଦିଘାଳ ଜଙ୍ଗଲରେ "ଜାଗ୍ରତ ଯୁବଶକ୍ତି" ଯୁବ ସଂଗଠନ ତରଫରୁ ଆଜି ଏକ "ସ୍ୱଚ୍ଛ ଭାରତ" ଅଭିଯାନ ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ରୁ କୋଣାର୍କ ମୁଖ୍ୟ ରାସ୍ତା କଡ଼ରେ ସ୍ଥିତ ନିମାପଡ଼ା ଅଞ୍ଚଳର ଏକମାତ୍ର ବଣଭୋଜି ସ୍ଥଳ "ଦୀଘାଳ" ଜଙ୍ଗଲ ର ସ୍ବଚ୍ଛତା, ସବୁଜିମା ବଜାୟ ରଖିବା ଲକ୍ଷ୍ୟ ନେଇ ସଂଗଠନ ର ସଦସ୍ୟ ଙ୍କ ଦ୍ଵାରା ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇ ୨ଟନ୍ ରୁ ଉର୍ଦ୍ଧ୍ବ ପ୍ଲାଷ୍ଟିକ ଆବର୍ଜନା, ପ୍ରଚୁର ଭଙ୍ଗା ମଦ ବୋତଲ, ଜରି ପ୍ଲେଟ୍, ବିପୁଳ ପରିତ୍ୟକ୍ତ ସାମଗ୍ରୀ ସଂଗ୍ରହ କରାଯାଇ ପୁନଃବ୍ୟବହାରଯୋଗ୍ୟ ହେବା ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଥିଲା । "ଜାଗ୍ରତ ଯୁବଶକ୍ତି" ସଂଗଠନ ସଂଯାଯୋକ ସମୀର ରଞ୍ଜନ ରାଉତରାୟ,ଆବାହକ ଆଦର୍ଶ ଦାଶ, ଦେବାଶିଷ ଦାଶ, ଅନୁକୂଳ ସ୍ବାଇଁ, ଆଶିଷ କୁମାର ଜେନା, ରାଜେଶ କୁମାର ସ୍ବାଇଁ, ତୁଷାରକାନ୍ତ ପରିଡ଼ା, ଚନ୍ଦନ ପଣ୍ଡା, ଅଭିଜିତ ମହାପାତ୍ର, ସତ୍ୟ ନାରାୟଣ ଆଚାର୍ଯ୍ୟ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଶତାଧିକ ଯୁବ ପରିବେଶବିତ୍ ଏହି ସ୍ବଚ୍ଛତା ଅଭିଯାନ ର ନେତୃତ୍ୱ ନେଇ ବଣଭୋଜି କରିବାକୁ ଆସିଥିବା ପର୍ଯ୍ୟଟକ ମାନଙ୍କୁ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ନିମନ୍ତେ ସଚେତନ କରାଇଥିଲେ ।