Type Here to Get Search Results !

ସ୍ତ୍ରୀର କଟା ମୁଣ୍ଡ ନେଇ ଥାନାରେ ପହଞ୍ଚିଲା ସ୍ୱାମୀ


ବେଙ୍ଗାଲୁରୁ:-

କର୍ଣ୍ଣାଟକର ବେଙ୍ଗାଲୁରୁ ନିକଟସ୍ଥ ହୀଲାଲିଗେ ଗାଁରେ ଏକ ହୃଦୟବିଦାରକ ଓ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଜଣେ ଶଙ୍କର ନାମକ ୨୬ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀ ମାନସା (୨୫)ଙ୍କୁ ଅବୈଧ ସମ୍ପର୍କ ସନ୍ଦେହରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ମୁଣ୍ଡ କାଟି ହତ୍ୟା କରିଛନ୍ତି। ଏହାପରେ ସେ ତାଙ୍କ ସ୍ତ୍ରୀଙ୍କ କଟା ମୁଣ୍ଡକୁ ସ୍କୁଟରରେ ନେଇ ସୂର୍ଯ୍ୟନଗର ପୋଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଛନ୍ତି।ପୋଲିସ କହିଛି ଯେ ଶଙ୍କର ଏବଂ ମାନସା କିଛି ଦିନ ପୂର୍ବରୁ ହିଲାଲିଗେ ଗାଁରେ ଏକ ଭଡା ଘରେ ରହିବାକୁ ଆସିଥିଲେ। ଶଙ୍କର ନିକଟସ୍ଥ ଏକ ସ୍ଥାନରେ କାମ କରୁଥିଲେ। ୩ ଜୁନ ରାତିରେ ସେ କାମକୁ ଯାଇ ମାନସାଙ୍କୁ କହିଥିଲେ ଯେ ସେ ସକାଳ ସୁଦ୍ଧା ଆସିବେ। କିନ୍ତୁ, ସେହି ଦିନ ସେ ତାଙ୍କ କାମ ଶୀଘ୍ର ସାରି ବିଳମ୍ବିତ ରାତିରେ ଘରକୁ ଫେରିଥିଲେ, ତା’ପରେ ସେ ମାନସାଙ୍କୁ ଅନ୍ୟ ଜଣେ ପୁରୁଷ ସହିତ ଦେଖିବାକୁ ପାଇଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା ଏବଂ ମାନସା ସେହି ମୁହୂର୍ତ୍ତରେ ଘରୁ ବାହାରି ଯାଇଥିଲେ।ପୋଲିସକୁ ଶଙ୍କର କହିଥିବା କାହାଣୀ ଅନୁସାରେ, ଏହା ପରେ ମାନସା ବାରମ୍ବାର ଘରକୁ ଆସି ଶଙ୍କରଙ୍କୁ ହଇରାଣ କରୁଥିଲେ ଏବଂ ଝଗଡ଼ା କରୁଥିଲେ। ମାନସାଙ୍କୁ ହତ୍ୟା କରାଯିବା ରାତିରେ, ମନସା ଘରକୁ ଫେରି ଶଙ୍କରଙ୍କ ସହ ପ୍ରବଳ ଝଗଡ଼ା କରିଥିଲେ, ଯାହା ଫଳରେ ପରିସ୍ଥିତି ଖରାପ ହୋଇଥିଲା। ଏଥିରେ ଶଙ୍କର ନିଜ ସ୍ତ୍ରୀ ର ମୁଣ୍ଡ ଗଣ୍ଡିରୁ ଅଲଗା କରିଦେବା ସହ କଟା ମୁଣ୍ଡକୁ ସ୍କୁଟରରେ ନେଇ ସୂର୍ଯ୍ୟନଗର ପୋଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଛନ୍ତି। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.