Type Here to Get Search Results !

ଓଡିଆ ବିଶ୍ୱବିଦ୍ୟାଳୟ ର ଚତୃର୍ଥ ସେମିଷ୍ଟାର ପରୀକ୍ଷା ଫ


ସାକ୍ଷୀଗୋପାଳ :- 

ଓଡ଼ିଆ ବିଶ୍ବବିଦ୍ୟାଳୟର ଚତୁର୍ଥ ସେମିଷ୍ଟାର ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି। ସତ୍ୟବାଦୀଠାରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ଵବିଦ୍ୟାଳୟରେ ସେପ୍ଟେମ୍ବର ୫ତାରିଖ, ୨୦୨୩ରୁ ବିଧିବଦ୍ଧଭାବରେ ପାଠପଢ଼ା ଆରମ୍ଭ ହୋଇଥିଲା। ୨୦୨୩ ମସିହାରେ ୩ଟି ବିଭାଗରେ ଆଡ଼ମିଶନ ନେଇଥିବା ଛାତ୍ରଛାତ୍ରୀମାନେ ନିୟମିତ ରୂପରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଦେବା ସହିତ ତାଙ୍କର ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଉଥିଲା। ୨୦୨୩-୨୫ ବ୍ୟାଚ ର ଛାତ୍ରଛାତ୍ରୀମାନଙ୍କର ଚତୁର୍ଥ ସେମିଷ୍ଟାର ଅର୍ଥାତ୍ ଶେଷ ପରୀକ୍ଷା ଫଳ ପ୍ରକାଶିତ ହେବା ଫଳରେ ବିଶ୍ବବିଦ୍ୟାଳୟରେ ଆନନ୍ଦ ପ୍ରକାଶ ପାଇଛି। ଅଧ୍ୟାପକ ଓ ଛାତ୍ର ପରିସରରେ ଯଥା ସମୟରେ ସଫଳତାର ସହିତ ପରୀକ୍ଷା ଫଳ ପ୍ରକାଶନ ଯୋଗୁଁ ଶ୍ରମ ସାର୍ଥକ ହେବାର ସନ୍ତୋଷ ପରିଲକ୍ଷିତ ହୋଇଛି। କୁଳପତି ପ୍ରଫେସର ସବିତା ପ୍ରଧାନ ଏଥିନିମନ୍ତେ ବିଶ୍ଵବିଦ୍ୟାଳୟର ସମସ୍ତଙ୍କୁ ସାଧୁବାଦ ଜଣାଇବା ସହିତ ଅଧ୍ୟାପକ ମାନଙ୍କର ନିରବଚ୍ଛିନ ଅଧ୍ୟାପନା ଓ ସହଯୋଗକୁ ଶ୍ରଦ୍ଧାର

ସହିତ ସ୍ମରଣ କରିଛନ୍ତି। ୨୦୨୩-୨୫ ମସିହାରେ ଆଡ଼ମିଶନ ନେଇଥିବା ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟର ପ୍ରଥମ ବ୍ୟାଚ ଭାବରେ ଗୌରବାନ୍ଵିତ ହେବେ ଓ ସ୍ମରଣୀୟ ରହିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିମନ୍ତେ ନିବେଦିତ ଓଡ଼ିଆ ବିଶ୍ଵବିଦ୍ୟାଳୟ ସଫଳତାର ସହିତ ତା'ର ପ୍ରଥମ ବ୍ୟାଚ୍ ର ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକାଶ କରିପାରିଥିବାର ଶ୍ରେୟ ପରୀକ୍ଷା ବିଭାଗ ଓ ପରୀକ୍ଷା ନିୟନ୍ତ୍ରକ ଡ. ଶୁଭେନ୍ଦୁ କୁମାର ପରିଡ଼ାଙ୍କର ବୋଲି କୁଳପତି ପ୍ରକାଶ କରିଛନ୍ତି। ଏଠାରେ ଥିବା ୩ଟି ବିଭାଗରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତିନିଜଣ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ବିଭାଗ , ଭାଷା ବିଜ୍ଞାନ ଓ ପ୍ରାକୃତିକ ଭାଷା ସଂସାଧନ ବିଭାଗ ଓ ଆଂଚଳିକ, ଜନଜାତି ଭାଷା ଓ ଐତିହ୍ୟ ଅଧ୍ୟୟନ ବିଭାଗରେ ଯଥାକ୍ରମେ ମିଲନ କୁମାର ଦାଶ , ସ୍ଵାତୀ ସୁମନ ମହାପାତ୍ର ଓ ଗାୟତ୍ରୀ ବରାଳ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।ସତ୍ୟବାଦୀ ରୁ ରାଜକିଶୋର ସେନାପତି ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.