ସତ୍ୟବାଦୀ :-
ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କେତକୀପାଟଣା ଠାରୁ ନୂଆସନ୍ଥ ଏବଂ ଦଣ୍ଡିପୁର ଠାରୁ ନୂଆସନ୍ଥ ପର୍ଯ୍ୟନ୍ତ ଥିବା ମୁଖ୍ୟ କେନାଲ ବନ୍ଧ ରାସ୍ତା ଚାଲୁଅଛି।ନୂଆସନ୍ଥ ଠାରୁ ମାଳସାହି ପର୍ଯ୍ୟନ୍ତ କାର୍ଯ୍ଯ ହେବାର ପାଞ୍ଚଦିନ ହୋଇନାହିଁ ଦୁଇ ଫୁଟ ଏକ ଗାତ ଏବଂ ପିଚୁ ଫାଟି ଗୋଡ଼ି ଉଠିବା ଆରମ୍ଭ ହୋଇଗଲାଣି।ବଳଙ୍ଗା ଜଳସେଚନ ବିଭାଗ ଅଧିନରେ ଏହି କେନାଲବନ୍ଧ ରାସ୍ତା ରହିଛି। ବଳଙ୍ଗା ଜଳସେଚନ ବିଭାଗ ଏହାକୁ OCC ଦେଇଥିବାରୁ OCC କାର୍ଯ୍ୟ କରୁଥିବା ବେଳେ ଜଳସମ୍ପଦ ବିଭାଗ ଏହି ରାସ୍ତା ଉପରେ ଦୃଷ୍ଟି ଦେଉନଥିବା ସ୍ଥାନୀୟ ଗ୍ରାମବାସିନ୍ଦା ମାନେ ଅଭିଯୋଗ କରିଛନ୍ତି।ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଲୋକ ଯାତାୟତ କରିଥାନ୍ତି ବୋଲି ଦେଖାଯାଉଛି। ପୁରୀ, ନିମାପଡା, ବଳଙ୍ଗା ଓ ସତ୍ୟବାଦୀ ଯିବା ପାଇଁ ଏହି କେନାଲବନ୍ଧ ଗୋଟାଏ ମୁଖ୍ୟ ରାସ୍ତା ହୋଇଥିଲେ ମଧ୍ୟ ଏଥିରେ ଜଳସେଚନ ବିଭାଗର ଅପାରଗତା ଦେଖିବାକୁ ମିଳିଛି।।ଯନ୍ତ୍ରୀ ଓ ଉପଖଣ୍ଡ ଅଧିକାରୀଙ୍କ ଅନୁପସ୍ଥିତିରେ ଏହି ଜଳସେଚନ ବିଭାଗ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା,କଲଭଟ,ଗାର୍ଡଓ୍ବାଲ ଓ ବ୍ରିଜ କାର୍ଯ୍ୟ ଚାଲିଛି। କାର୍ଯ୍ୟର ପ୍ରାକଆକଳନ ,ଇନସିଆଲ ଟେବୁଲ୍ ଓ ଚୂଡାନ୍ତ ମାପ ନେବାରେ ବ୍ୟାପକ ଅନିୟମିତତାକୁ ଯନ୍ତ୍ରୀ ମାନେ ଆପଣେଇ ମାଲାମାଲ ହେଉଥିବା ଅଭିଯୋଗ ହେଉଛି। କାର୍ଯ୍ୟ ସ୍ଥଳରେ ଯନ୍ତ୍ରୀଙ୍କ ଦେଖା ମିଳୁନଥିବା ମଧ୍ୟ ଅଭିଯୋଗ ହେଉଛି।
ସରକାରଙ୍କ ନୀତିନିୟମ ଠାରୁ ଏହି ଯନ୍ତ୍ରୀଙ୍କ ଆଦେଶ ଓ ନିର୍ଦ୍ଦେଶରେ ସବୁ କାର୍ଯ୍ୟ ହେଉଛି ବୋଲି ଠିକାଦାର ମଧ୍ୟ କହିଛନ୍ତି।ବଳଙ୍ଗା ଜଳସମ୍ପଦ ବିଭାଗ ଉପଖଣ୍ଡ ଅଧିକାରୀ ସଂଗ୍ରାମ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ କେନାଲବନ୍ଧ ରାସ୍ତାର ବେରବୋଇ ନିକଟରୁ ବୁଢ଼ାକେରା ପର୍ଯନ୍ତ ୧୦ କି.ମି ରାସ୍ତା କାମ ଚାଲିଛି।ଆମେ ଓସିସିକୁ ଦେଇ ଦେଇଛୁ। ଯନ୍ତ୍ରୀ ଅଜୟ କୁମାର ପ୍ରଧାନ ପ୍ରତିନିଧି ମାନଙ୍କ ସହିତ ମଧ୍ୟ ଫୋନ ଯୋଗାଯୋଗ କରୁନାହାନ୍ତି। ବିଭାଗୀୟ ମନ୍ତ୍ରୀ, ଜିଲ୍ଲାପାଳ ଓ ସଚିବ ଏଦିଗରେ ଦୃଷ୍ଟି ଦେଇ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।ସତ୍ୟବାଦୀ ରୁ ରାଜକିଶୋର ସେନାପତି ଙ୍କ ରିପୋର୍ଟ।