Type Here to Get Search Results !

ବିକଶିତ ଗାଁ ବିକଶିତ ଓଡିଶା ପ୍ରଚାରରେ ଅସହଯୋଗ କରିବେ ତିରିଂ ଜନପ୍ରତିନିଧି

ରାଇରଙ୍ଗପୁର :-

ରାଜ୍ୟ ସରକାର ସାଧାରଣ ଲୋକଙ୍କ ମଧ୍ୟରେ ବିଜେପି ସରକାରଙ୍କ ଗୁଣଗାନ ପ୍ରଚାର ପାଇଁ ବିକଶିତ ଗାଁ ବିକଶିତ ଓଡିଶା ନାମରେ ଏକ ପ୍ରଚାର ରଥ ଗାଁ ଗାଁରେ ବୁଲାଇବାର କାର୍ଯ୍ୟକ୍ରମ ରଖୁଛନ୍ତି। ଯାହାକୁ ନେଇ ବିଡିଓଙ୍କ ଜରିଆରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହଯୋଗ ଲୋଡାଯାଉଥ‌ିବା ଏକ ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି। ଏ ନେଇ କିଛିଦିନ ହେଲା ଘନ ଘନ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି। ବିକଶିତ ଗାଁ ବିକଶିତ ଓଡିଶା ଅଭିଯାନର ପ୍ରଚାର ପ୍ରସାର ପାଇଁ ପ୍ରତି ପଞ୍ଚାୟତର ଗ୍ରାମଗୁଡିକରେ ପ୍ରଚାର ରଥ ବୁଲାଇବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏଥରେ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସହିତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକରେ ଆଲୋଚନା କରାଯାଉଛି। ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଅନ୍ୟାନ୍ୟ ବିଭାଗିୟ ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯାଉଛି। ପର୍ଯ୍ୟାୟକ୍ରମେ ବିକଶିତ ଗାଁ, ବିକଶିତ ଓଡିଶା ରଥ ପ୍ରତ୍ୟେକ ବ୍ଳକ ଓ ପଞ୍ଚାୟତରେ ପରିକ୍ରମା କରିବାର କର୍ଯ୍ୟକ୍ରମ ରହିଛି।

ତେବେ ତିଙ୍ଗି ବ୍ଲକରେ ଏ ନେଇ ପଞ୍ଚାୟତ ସ୍ତରୀୟ ନିର୍ବାଚିତ ପ୍ରତିନିଧିଙ୍କ ସହ ବୈଠକରେ ଆଲୋଚନ କରାଯାଇଥିବାବେଳେ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅଭିଯାନକୁ କୌଣସି ପ୍ରକାରର ସହଯୋଗ କରିବେ ନାହିଁ ବୋଲି ତିରିଂ ବ୍ଲକର ନିର୍ବାଚିତ ପ୍ରତିନିଧୂମାନେ ବିଡିଓଙ୍କୁ ଜଣାଇଦେଇଛନ୍ତି। କାରଣ ସ୍ଥାନୀୟ ବିଧାୟକ ଜଲେନ ନାଏକ ପଞ୍ଚାୟତ ସମିତିର ସମସ୍ତ ଉନ୍ନୟନ ମୂଳକ କାମ ଦଳୀୟ ଲୋକଙ୍କ ମଧ୍ୟରେ ବଣ୍ଟନ କରୁଥିବା ଅଭିଯୋଗ କରିଛନ୍ତି। ଯଦି ଆଗକୁ ଏ ପରିସ୍ଥିତିରେ କୌଣସି ପରିର୍ଜନ ନ ଆସେ ତାହେଲେ ଆଗକୁ କୌଣସି ସରକାରୀ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ଜନପ୍ରତିନିଧୂମାନେ ବିଡିଓଙ୍କ ଜଣାଇ ଦେଇଛନ୍ତି । ଏପରିକି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତିରିଙ୍ଗ ବ୍ଲକ ୨୦ନଂ, ଜୋନ ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା ଏବଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡଙ୍କ ନେତୃତ୍ବରେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଏକମତ ହୋଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବା ସହିତ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ମୟୁରଭଞ୍ଜ ରୁ ନୀଳକଣ୍ଠ ବେହେରା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.