ଝାରସୁଗୁଡା :-
ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଆଜି ଶନିବାର ଲଇକେରା ବ୍ଲକ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହିତ ସମୀକ୍ଷା କରିଥିଲେ | ଏହି କ୍ରମରେ ପୁନରୁଦ୍ଧାର ହେଉଥିବା ତିଳେଇମାଳ ପଂଚାୟତ ତିଳେଇମାଳ ଗ୍ରାମର ବଡକା କଟା ବନ୍ଧ ପରିଦର୍ଶନ କରିଥିଲେ | ଏହାସହ ବାବୁଛିପିଡ଼ିହି ପଂଚାୟତ ବାରଗାଡ ଗ୍ରାମର ଟପୋପଡ଼ା ବନ୍ଧ, ପାକେଲପଡା ପଂଚାୟତର ଭୂୟାଁପଡ଼ା ଓ କର୍ମାପଡ଼ା ବନ୍ଧ ଏବଂ ଭାତଲଇଡ଼ା ପଂଚାୟତ ଭୁଲିଆଡ଼ିହି ଗ୍ରାମର ସୁନାମାଲ ବନ୍ଧ ପରିଦର୍ଶନ କରିବା ସହିତ ଏହାର ସମୀକ୍ଷା କରିଥିଲେ | ଏହାସହ ପାକେଲପଡ଼ା ଗ୍ରାମବାସୀଙ୍କ ସହ ବିଧାୟକ ଆଲୋଚନା କରିଥିଲେ | ଆଲୋଚନା କାଳରେ ଗ୍ରାମବାସୀ ବିଧାୟକଙ୍କୁ ଗ୍ରାମର ମଝଳାପଡା ବନ୍ଧର ପୁନରୁଦ୍ଧାର ପାଇଁ ଅନୁରୋଧ କରିଥିଲେ | ତେବେ ବିଧାୟକ ତ୍ରିପାଠୀ ସପ୍ତାହ ଭିତରେ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିସୃତି ଦେଇଥଲେ | ଏହାସହ ବର୍ଷା ଆଗମନ ପୂର୍ବରୁ ଚାଲୁ ରହିଥିବା ଏହି ବନ୍ଧ ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ କରିବାକୁ ବିଡିଓଙ୍କୁ ନିର୍ଦେଶ ଦେଇଥିଲେ | ଏହି ଗସ୍ତ କାର୍ଯ୍ୟକ୍ରମରେ ଲଇକେରା ବିଡିଓ ଜର୍ଜ ଡୁଙ୍ଗଡୁଙ୍ଗ ଓ କନିଷ୍ଠଯନ୍ତ୍ରୀ , ଲଇକେରା ବ୍ଲକ ମଣ୍ଡଳ ସଭାପତି କୁଳମଣି କିଶାନ , ତପସ୍ଵିନୀ ରଣା , ସୁଶାନ୍ତ ପଟେଲ, ମୋଉଜୀ ଲାଳ ଦଣ୍ଡସେନା , ନିର୍ମଳ ପଟେଲ, ପଙ୍କଜ ବେହେରା , ଟିକେଶ୍ଵର ପୃସେଠ, ସୁନ୍ଦରଲାଳ ଚୌଧୁରୀ , ମୁନକୁ ରଣା , ରୋହିତ କିଶାନ, ନିସିକାନ୍ତ ପଟେଲ, ମାଧବ ସିଂ ନାୟକ ଓ କପିଳ କିଶାନଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ |