Type Here to Get Search Results !

ବିଧାୟକ ଙ୍କ ବିରୁଦ୍ଧରେ ଅପମାନଜନକ ପୋଷ୍ଟ,ଥାନା ରେ ମାମଲା ଦାୟର କଲା ବିଜେପି ମହିଳା ମୋର୍ଚ୍ଚା


ଝାରସୁଗୁଡା :-

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଥାନା ରେ ମାମଲା। ସରବାହାଲ ପଦ୍ମିନୀ ସିଂହ ନାମକ ଜଣେ ମହିଳା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କୁ ସୋସିଆଲ ମିଡ଼ିଆ ରେ ଅଭଦ୍ର ଭାଷା ରେ ଗଲି ଗୁଲଜ କରିଥିବା ନେଇ ଆଜି ଝାରସୁଗୁଡ଼ା ଟାଉନ ଥାନା ରେ ମାମଲା ଦାୟର କରାଯାଇଛି। ତାହା ସହିତ ପଦ୍ମିନୀ ସିଂ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ରୁ ଖରାପ ଭାଷା ରେ ପୋଷ୍ଟ କରିବା ସହିତ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କୁ ଅପମାନ କରିବା ଉଦ୍ଦେଶ୍ୟରେ ଏଭିଲି ପୋଷ୍ଟ କରାଯାଇଥିବା ବିଜେପି ମହିଳା ମୋର୍ଚ୍ଚା ସଭାପତି ଲକ୍ଷ୍ମୀ ପ୍ରିୟା ଜେନା ଅଭିଯୋଗ କରିଛନ୍ତି।ଏଭଳି ପୋଷ୍ଟ କରିବା ଦ୍ୱାରା ଅଂଚଳ ରେ ଶାନ୍ତି ଶୃଙ୍ଖଳା କ୍ଷୁର୍ଣ୍ଣ ହେଉଥିବା ନେଇ ଅଭିଯୋଗ ହୋଇଛି।ଅନ୍ୟପଟେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ନାମ ଏବଂ ଖ୍ୟାତିକୁ ବଦନାମ କରିବା ପାଇଁ ତାଙ୍କ ବିରୁଦ୍ଧରେ ଅପରାଧିକ ଭୟଭୀତକାରୀ ଅପମାନଜନକ ଶବ୍ଦ ମଧ୍ୟ ପୋଷ୍ଟ କରିଛନ୍ତି।ତାହା ସହିତ ଉକ୍ତ ମହିଳା ପଦ୍ମିନୀ ସିଂହ ଶ୍ରୀ ଟଙ୍କଧର ତ୍ରିପାଠିଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଦୃଶ୍ୟମାନ ପ୍ରତିନିଧିତ୍ୱ ବ୍ୟବହାର କରିଥିବା ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି।ତେବେ ପଦ୍ମିନୀ ସିଂ ବିଜୁ ଜନତା ଦଳ ର ଜଣେ ସକ୍ରିୟ କର୍ମୀ ହୋଇଥିବା ବେଳେ ଦିପାଳୀ ଦାସ ଙ୍କ ଇଙ୍ଗିତରେ ସେ ଏଭଳି ପୋଷ୍ଟ କରିଥିବା ନେଇ ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଆଜି ଝାରସୁଗୁଡ଼ା ଟାଉନ ଥାନା ରେ ଜିଲ୍ଲା ମହିଳା ମଣ୍ଡଳ ସଭାପତି ଲକ୍ଷ୍ମୀ ଜେନା ସମେତ ତରନ ଦୁବେ,ପଦ୍ମିନୀ ପଟେଲ,ମିନତି ନାୟକ,ମମତା ପଟେଲ,ସରିତା ଦେବୀ,କିଶୋରୀ ନାୟକ,ଉମା ମେହେର,ବିନ୍ଦୁ ମୁଣ୍ଡା,ସନ୍ତୋଷ କୌର,ରଜନୀ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.