Type Here to Get Search Results !

ଭିର୍ନକ୍ଷମ ପୁଅ ସମ୍ବିତ ର ସାହା ଭରସା ହେବ କିଏ?

 


ଝଙ୍କଡ଼ : - 

ବିପଦ ଆସିଲେ, ତାର ଭାଇ ବନ୍ଧୁ କୁଟୁମ୍ବ ଙ୍କୁ ସାଙ୍ଗରେ ନେଇ ଆସେ। ଏମିତି ଦୁଃଖ ପରେ ଦୁଃଖ ଓ ବିପଦ ପରେ ବିପଦ ମାଡି ଆସିଛି, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ମୁଳିସିଂହ ପଞ୍ଚାୟତ ଅଧୀନ, ସହର ହାଟ ନିକଟସ୍ଥ ହରସିଂପୁର ଗ୍ରାମର ଗୀତା ଦାସ ନାମକ ଜଣେ ଗରିବ ହରିଜନ ବିଧବା ମହିଳା ଗୀତା ଦାସ ଙ୍କ ପରିବାର ଉପରେ। ତାଙ୍କର ସ୍ବାମୀ ଅଲ୍ଲି ଦାସ ଓରଫ ଅଳିଆ ଜଣେ ଭୂମିହୀନ ଦିନ ମଜୁରିଆ ଗତ ଡ଼ିସେମ୍ବର ୨୫ ତାରିଖ ଦିନ କର୍କଟ ରୋଗରେ ପଡି, ଚିକିତ୍ସା ଅଭାବରୁ, ସବୁଦିନ ପାଇଁ ଆଖିବୁଜିଦେଲେ, ସେହି ଦିନ ଠାରୁ ପରଘରେ ମୂଲ୍ ମଜୁରି ଲାଗି, ମାତ୍ର ୧୫ ବର୍ଷର ଜନ୍ମରୁ ଭିନ୍ନକ୍ଷମ ପୁଅ ସମ୍ବିତ କୁ ଧରି ବହୁ ଦୁଃଖକଷ୍ଟ ରେ ଜୀବନ ବିତାଉଛି ବିଧବା ମହିଳା ଗୀତା ଦାସ। ବାପ ଥିଲାବେଳେ ଭିନ୍ନେ ହୋଇ, ସରକାରୀ ଆବାସ ଯୋଜନା ରେ ମିଳିଥିବା ବଖରା ଏ ପକା ଘରେ ବଡ ପୁଅ ବାପୁଜୀ ଓ ମଝିଆଁ ପୁଅ ଦୀପକ ରହୁଥିବା ବେଳେ, ତାଙ୍କର ଜନ୍ମଦାତ୍ରୀ ମାଆ ଗୀତା ଦାସ ଓ ଭିନ୍ନକ୍ଷମ ପୁଅ ସମ୍ବିତ ର ଆଶ୍ରୟସ୍ଥଳ ହେଉଛି ଏକ ଭଙ୍ଗା ଦଦରା, ଝାଟି ମାଟି ଚାଳ ଘର। ପୁଅ ସମ୍ବିତ କୁ ପ୍ରତି ମାସରେ ଭିନ୍ନକ୍ଷମ ଭତ୍ତା ବାବଦ ରେ ମିଳୁଛି ମାତ୍ର ଏକ ହଜାର ଟଙ୍କା। ସ୍ବାମୀ ମରିବାର ଦୀର୍ଘ ୩ ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ୍ ଗୀତା ଦାସ ଙ୍କୁ ମିଳିପାରିନି, ତାଙ୍କର ନାର୍ଯ୍ୟ ପ୍ରାପ୍ୟ ବିଧବା ଭତ୍ତା। ସରକାରୀ ଯୋଜନା ଅନୁଯାଇ ବିଧବା ଓ ଭିନ୍ନକ୍ଷମ ଙ୍କୁ ଆବାସ ଯୋଜନା ରେ ଘର ମିଳିବାର ବିଧିବ୍ୟବସ୍ଥା ରହିଥିଲେ ମଧ୍ୟ ସେ ସବୁଥିରୁ ବଞ୍ଚିତ ହୋଇ , ଭାଗ୍ୟ କୁ ଆଦରି ପଡ଼ିରହିଛନ୍ତି, ଗୀତା ଦାସ ଙ୍କ ଅସହାୟ ପରିବାର। ତେବେ ଗୀତା ଦାସ କହିଛନ୍ତି ଯେ, ବିଧବା ଭତ୍ତା ଓ ଘର ଖଣ୍ଡିଏ ପାଇବା ପାଇଁ ସେ, ମୁଳିସିଂହ ସରପଞ୍ଚ ସଫିଆଜାମ୍ ଙ୍କୁ ଗୁହାରୀ ଜଣାଇବା ପରେ , ତାଙ୍କୁ ଖୁବ ଶୀଘ୍ର ଭତ୍ତା ଓ ସରକାରୀ ଆବାସ ଯୋଜନା ରେ ଘର ଟିଏ ମିଳିବାର ବ୍ୟବସ୍ଥା କରାଯିବ ବୋଲି ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଦେଖିବାକୁ ବାକୀରହିଲା, ଅସହାୟ ବେସାହାରା ଗୀତା ଦାସ ଙ୍କୁ କେବେ ମିଳିବ, ପକ୍କା ବାସଗୃହ ଓ ମାସିକ ବିଧବା ଭତ୍ତା ଓ ଭିର୍ନକ୍ଷମ ପୁଅ ସମ୍ବିତ କୁ?

ଜଗତସିଂହପୁର ତିର୍ତୋଲ ରୁ କୈଳାସ ବେହେରା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.