Type Here to Get Search Results !

ସମ୍ମିଳିତ ଆଦିବାସୀ ସମାଜ ମୃତ କରନ ନେଟୀଙ୍କ ପରିବାରକୁ ଆର୍ଥିକ ସହାୟତା

 


ଝାରସୁଗୁଡା :-

ସମ୍ମିଳିତ ଆଦିବାସୀ ସମାଜ, ଆଦିବାସୀ ଶକ୍ତି ପୀଠ ସେବା ଟ୍ରଷ୍ଟ ଓ ଅଖିଲ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା, ହଂ. କଟାପାଲି ଗୁଡ଼ି ତରଫରୁ ସୁରାଟରେ ବୈଦ୍ୟୁତିକ ଆଘାତରେ ମୃତ୍ୟୁବରଣ କରିଥିବା କରନ ନେଟୀଙ୍କ ପରିବାରଙ୍କୁ ୫୦୦୦ ଟଙ୍କା ଓ ଡାଲି ଚାଉଳ ସହଯୋଗ କରିଛନ୍ତି । ୨୦ ବର୍ଷରେ ସ୍ଵର୍ଗତ ନେଟୀଙ୍କ ଆକସ୍ମିକ ମୃତ୍ୟୁ ବରଣ ଯୋଗୁଁ ସମସ୍ତ ଆଦିବାସୀ ସମାଜ ମର୍ମାହତ। ତାଙ୍କ ମାଆ ଉର୍ମିଲା ଓ ପ୍ଲସଟୁ ପ୍ରଥମ ବର୍ଷ ପରୀକ୍ଷା ଦେଇଥିବା ସାନ ଭାଇ ଚୈତନ୍ୟ ତଥା ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଜଣାଇଥିଲେ ଓ ଆଗାମୀ ଦିନରେ ପରିବାର ବର୍ଗଙ୍କୁ ଧୈର୍ଯ୍ୟର ସହିତ ଆଗେଇବା ପାଇଁ ବୁଝାସୁଝା କରିଥିଲେ । ଏହି ଦଳରେ ଆଦିବାସୀ ଶକ୍ତି ପୀଠ ସେବା ଟ୍ରଷ୍ଟର ସଭାପତି ତଥା ଅଖିଲ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ, ସମ୍ମିଳିତ ଆଦିବାସୀ ସମାଜର ଉପଦେଷ୍ଟା ତଥା ସମାଜ ସେବୀ ରତ୍ନାକର ପ୍ରଧାନ, ହଂ. କଟାପାଲି ଗୋଁଣ୍ଡ ସମାଜ ଗୁଡ଼ି ସଭାପତି ନରୋତ୍ତମ ଧାରୁଆ, ସମ୍ମିଳିତ ଆଦିବାସୀ ସମାଜ ମହାସଚିବ ବିନୋଦ ବିହାରୀ ବାଘଙ୍କ ସହିତ ବୀରେନ ମରେଇ, ରାଜେଶ ମୁଣ୍ଡା, ଆସରାମ ମୁଣ୍ଡା, ବିନୋଦ ମୁଣ୍ଡା,ସାଗର ଧୁରୁଆ, ଶିବ ମରେଇ, ପୁରୁଷୋତ୍ତମ ନେଟୀ, ଜୟ ଗୋପାଳ ଅଟି ପ୍ରମୁଖ ଉପସ୍ଥିତ ଥିଲେ l

Post a Comment

0 Comments
* Please Don't Spam Here. All the Comments are Reviewed by Admin.