Type Here to Get Search Results !

ମାର୍ଚ୍ଚ ପହିଲା ରୁ ବଢିଲା ତାତି

 


ରାଜ୍ୟରେ ଆସନ୍ତା 3ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ମାର୍ଚ୍ଚ ପ୍ରଥମ ରୁ 2ରୁ 3ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ। ମଙ୍ଗଳବାର ତାପମାତ୍ରା ବୌଦ୍ଧରେ ସର୍ବାଧ‌ିକ 36.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବାବେଳେ ଅନ୍ୟ କେତେକ ସ୍ଥାନରେ 35 ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ରାତି ତାପମାତ୍ରା ରାଉରକେଲାରେ ସର୍ବନିମ୍ନ 14.1ଡିଗ୍ରୀ ସେଲସିୟସ୍ ରହିଥିଲା। ଅନ୍ୟପଟେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ କୃଷି ଓ ପାଣିପାଗ ସମନ୍ବିତ ମାର୍ଗଦର୍ଶିକା ଜାରି କରା ଯାଇଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ଫସଲ ଓ ପ୍ରାଣୀଧନ ସୁରକ୍ଷା ପାଇଁ ସୂଚନା ଦିଆଯାଇଛି। ପନିପରିବା, ମାର୍ଗଦର୍ଶିକାରେ ବିସ୍ତୃତ ଭାବେ ସୂଚନା,ଫଳ, ଫୁଲ ଆଦି ବର୍ଗ ଅନୁସାରେ ଫସଲ ଓ ଏହାର ଅବସ୍ଥାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ପାଇଁ ସତର୍କ କରାଯାଇଛି ବିଶେଷକରି ଗ୍ରୀଷ୍ମକାଳୀନ ଝଡ଼ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.