Type Here to Get Search Results !

ଅତ୍ୟଧିକ ମୋବାଇଲ ବ୍ୟବହାର, ଅନେକ ରୋଗର କାରଣ

 


ଅତ୍ୟଧିକ ମୋବାଇଲ ବ୍ୟବହାର ରେ ଅନେକ ରୋଗ ର ଲକ୍ଷଣ ତଥା ରୋଗ ଦେଖାଯାଉଥିଲେ ମଧ୍ୟ ଲୋକେ ତଥା ବିଶେଷକରି ଛୋଟ ଶିଶୁମାନେ ମୋବାଇଲ ନିଶା ଭାଙ୍ଗି ପାରୁ ନଥିବା ବର୍ତମାନ ସମୟରେ ଏକ ଚିନ୍ତାର କାରଣ ହୋଇ ଯାଇଛି ମାନବ ସମାଜ ପାଇଁ l ଆଜିକାଲି ସ୍ମାର୍ଟ ଫୋନ ଯୋଗୁଁ ଅନେକ ପ୍ରକାରର ମାନସିକ ରୋଗ ମାନ ଦେଖାଯାଉଛି l 

ଯେଉଁମାନେ ଅଧିକାଂଶ ସମୟ ସ୍ମାର୍ଟ ଫୋନ ବ୍ୟାହହର କରୁଛନ୍ତି ସେମାନଙ୍କ ଠାରେ ଅଧିକ ମାତ୍ର ରେ ଚିଡିଚିଡା ରହୁଥିବା ନଜର କୁ ଆସୁଛି l ଏହା ସହ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି l ମୋବାଇଲ ରୁ ବାହାରୁଥିବା ଅଲଟ୍ରା ନୀଳ ରଶ୍ମି  ଆଖି ଉପରେ ଖରାପ ପ୍ରଭାବି ପକାଇବା ଫଳରେ ଦୃଷ୍ଟିଶକ୍ତି ହ୍ରାସ ତଥା ଅନେକ ସମସ୍ୟା ଦେଖାଉଚି l ଛୋଟପିଲାମାନେ ଅତ୍ୟଧିକ ମୋବାଇଲ ସହ ଜଡିତ ହୋଥିବା ବେଳେ ସେମାନଙ୍କ ମାନସିକ ବିକାଶ ଠିକ ଭାବରେ ହୋଇ ପାରୁ ନଥିବା ଦେଖିବାକୁ ମିଳୁଛି l ଏହାସହ ପାଠପଢ଼ାରେ ଏକାଗ୍ରତା ରହି ପାରୁନାହିଁ l ସେଇଭଳି ମୋବାଇଲ ଗେମ ଖେଳ ପାଇଁ ଆଜିକାଲି ପିଲାମାନେ ବାହାରେ ଖେଳିବାକୁ ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳେ l ଏହାଦ୍ୱାରା ସେମାନଙ୍କ ଶାରୀରିକ ବିକାଶ ବାଧାପ୍ରାପ୍ତ ହେଉଛି l ଏହାକୁ ଛାଡି ଜିନ ରେ ସମସ୍ୟା ଭଳି ଅନେକ ରୋଗର ମୁଖ୍ୟ କାରଣ ଆଜିର ବହୁଳ ମୋବାଇଲ ବ୍ୟବହାର   ପାଇଁ ଉପୁଜୁଛି l ତେଣୁ ମୋବାଇଲ ଠାରୁ ନିଜକୁ ତଥା ପିଲାଙ୍କୁ  ଯେତେ ମାତ୍ରାରେ ଦୁରେଇ ରଖିପାରିବେ ତାହା ଆଗାମୀ ଭବିଷ୍ୟତ ପାଇଁ ଭଲ ହେବ l ନଚେତ ନେଡ଼ିଗୁଡ଼ କହୁଣୀ କୁ ବହୀଯବାକୁ ସମୟ ଲାଗିବ ନାହିଁ l

Post a Comment

0 Comments
* Please Don't Spam Here. All the Comments are Reviewed by Admin.