Type Here to Get Search Results !

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳନ

 

କେନ୍ଦ୍ରାପଡ଼ା :-

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀରେ ପଦଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ , ମହାକାଳପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇର ପ୍ରସିଦ୍ଧ ଶକ୍ତିପୀଠ ମା ଗୋଜବାୟାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଦୁମୁକା ଛକ ନିକଟରୁ ବିଶାଳ ପଦଯାତ୍ରା ଓ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି। ସ୍ଥାନୀୟ ବିଧାୟକ ଡ଼ ଦୁର୍ଗା ପ୍ରସନ ନାୟକ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ୱର୍ଗତଃ ବାଜପେୟୀଙ୍କ ଜୀବନୀ ଉପରେ ଆଲୋକ ପାତ କରିଥିଲେ।

ସ୍ୱର୍ଗତଃ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳରେ ଭାରତରେ ଅନେକ ଲୋକାଭିମୁଖୀ ଯୋଜନା ଗୁଡିକ କାର୍ଯ୍ୟକାରୀ ହୋଇଥିଲା। ବିକଶିତ ଭାରତ ଗଠନରେ ସ୍ୱର୍ଗତଃ ବାଜପେୟୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀଯୁକ୍ତ ନାୟକ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜ୍ଞାନେନ୍ଦ୍ର ସ୍ୱାଇଁ, ବିକ୍ରମ ରାଉତରାୟ,ରଶ୍ମି ରଞ୍ଜନ ରାଉତରାୟ, ଜିତେନ୍ଦ୍ର ନାୟକ, ନିଗମ ପ୍ରସାଦ ରଥ, ପ୍ରଶାନ୍ତ ସେଠୀ, ରାଜୀବ ଲୋଚନ ପୃଷ୍ଟି, ଜୀବନ ସାହୁ, ଶଶିକାନ୍ତ ପରିଡ଼ା, ସରୋଜ କାନ୍ତ ସାହୁ, ଅମରଜିତ୍ ରାଉତ, ପ୍ରଦୀପ ବେହେରା, ଚନ୍ଦ୍ରକାନ୍ତ ସ୍ୱାଇଁ, କୃଷ୍ଣ ପଦ ମଣ୍ଡଳ, ଜ୍ଞାନ ରଞ୍ଜନ ବସନ୍ତିଆ, ବଳଭଦ୍ର ଦାସ, ଦିବ୍ୟଜ୍ୟୋତି ନାୟକ, ସମୀର ବେହେରା, ତ୍ରିଲୋଚନ ରାଉତ, କୁମର ମହାନ୍ତି, ନିଗମ ରଥ, ସୋଭନ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.