ବ୍ରହ୍ମପୁର :-
କୁକୁଡାଖଣ୍ଡି ବ୍ଲକ ସମ୍ମୁଖରେ ରାଣୀ ପ୍ରଧାନ(୨୧)ନାମକ ଜଣେ ଯୁବତୀ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଜଳୁଥିବା ଯୁବତୀଙ୍କୁ ଉଦ୍ଧାର ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି ।ଆଜି ସକାଳେ ଏହି ଝିଅ ର ବଡ଼ ମେଡ଼ିକାଲ ରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲାରୁ ଆଶିଷ ରାଓଙ୍କ ରିପୋର୍ଟ