Type Here to Get Search Results !

ସାମ୍ୱାଦିକ ମାନଙ୍କ ଭବିଷ୍ୟତ ଅନ୍ଧକାରମୟ : ତିର୍ତ୍ତୋଲ ପ୍ରେସ କ୍ଳବ୍ ର ସାଂଗଠନିକ ବୈଠକ ରେ ମତ ପ୍ରକାଶ

   


ଝଙ୍କଡ଼ :-
ଆମ ରାଜ୍ୟରେ, ଆଜି ପର୍ଯ୍ୟନ୍ତ ସାମ୍ୱାଦିକ ମାନଙ୍କର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇ ନଥିବା ବେଳେ, ଏହି ଗଣମାଧ୍ୟମ ର ପ୍ରତିନିଧି ମାନଙ୍କ ପାଇଁ ପେନସନ ବ୍ୟବସ୍ଥା ମଧ୍ୟ ଲାଗୁ କରିବାକୁ ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଦାବୀ ହୋଇ ଆସୁଥିଲେ ମଧ୍ୟ, ପୂର୍ବ ସରକାର ମାନେ ଏଥିପ୍ରତି ଆଦୌ ଯତ୍ନଶୀଳ ହୋଇ ନାହାଁନ୍ତି। ଯାହାଫଳରେ ସାମ୍ବାଦିକତା କୁ ବ୍ରତ କରି, ନିର୍ଭିକ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରି ଆସୁଥିବା ସାମ୍ୱାଦିକ ମାନେ ଶେଷ  ଜୀବନରେ ବହୁ ଦୁଃଖ କଷ୍ଟ ଓ ଅଭାବ ଅସୁବିଧାରେ କାଳାତିପାତ କରୁଛନ୍ତି। ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ ସାମ୍ୱାଦିକ ମାନଙ୍କ ପାଇଁ ଭତ୍ତା ପ୍ରଦାନ ର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ, ଆମ ଓଡିଶା ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯାହା ଫଳରେ ସାମ୍ବାଦିକ ମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇ ଉଠିଛି, ବୋଲି ଗତ ରବିବାର ଦିନ ମଧ୍ୟାହ୍ନରେ, ତିର୍ତ୍ତୋଲ ସ୍ଥିତ ଆନନ୍ଦ ମଣ୍ଡପ ରେ, ତିର୍ତ୍ତୋଲ ପ୍ରେସ କ୍ଳବ୍ ର ସାଙ୍ଗଠନିକ ବୈଠକ ଓ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି। ତିର୍ତ୍ତୋଲ ପ୍ରେସ କ୍ଳବ୍ ର ମାର୍ଗ ଦର୍ଶକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଳବ୍ରର ସଭାପତି ଶରତ କୁମାର ଦାଶ ସ୍ବାଗତ ଭାଷଣ ଦେଇଥିବା ବେଳେ, ସାଧାରଣ ସମ୍ପାଦକ ଗୌରାଙ୍ଗ ସ୍ଵାଇଁ ବିବରଣୀ ପାଠ କରିଥିଲେ। ମୂଖ୍ୟଅତିଥି ଭାବେ, ନଗର ଖବର ର ପ୍ରତିଷ୍ଠାତା ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ସାମ୍ୱାଦିକ ମାନଙ୍କ ସୁରକ୍ଷା ପ୍ରତି ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ବକ୍ତବ୍ୟ ରଖିଥିଲେ।କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ଦାଶ ସବୁ ସାମ୍ୱାଦିକ ସଂଘ ଏକାଠି ହୋଇ, ଆମର ନାଯ୍ୟ ଦାବୀ ହାସଲ କରିବା ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାପାଇଁ ଆହ୍ଵାନ ଦେଇଥିବା ବେଳେ ସହ-ସମ୍ପାଦକ ଭାଗବତ ପ୍ରସାଦ, ତିର୍ତ୍ତୋଲ ପ୍ରେସ କ୍ଳବ୍ର ର ବିଭିନ୍ନ ସମାଜସେବା କାର୍ଯ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ, ଅନୁଷ୍ଠାନର ଅନ୍ୟତମ ଉପଦେଷ୍ଟା ସାମ୍ୱାଦିକ ଦୀପ୍ତିମୟୀ ବିଶ୍ୱରଂଜନ ସେଠୀ ସଙ୍ଗଠନ କୂ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରଞ୍ଜନ କୁମାର ମଲ୍ଲିକ, କୋଷାଧ୍ୟକ୍ଷ କୈଳାଶ ଚନ୍ଦ୍ର ବେହେରା, ସୁଶିଲ କୁମାର ମହାପାତ୍ର, ନଳିନୀକାନ୍ତ ମଲ୍ଲିକ, ଫଟୋଗ୍ରାଫର ସାମ୍ବାଦିକ ଅମୂଲ୍ୟ ଦାସ , ପ୍ରମୁଖ ଏହି ଆଲୋଚନା ରେ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥଲେ। ଜଗତସିଂହପୁର ତିର୍ତୋଲ ରୁ କୈଳାସ ବେହେରା ଙ୍କ ରିପୋର୍ଟ



Post a Comment

0 Comments
* Please Don't Spam Here. All the Comments are Reviewed by Admin.