Type Here to Get Search Results !

ରାଇଜିଂ ଷ୍ଟାର୍ ଫୁଟବଲ କପ୍ ବଗାଇନଳା ଚାମ୍ପିୟନ

 


ବେଲପାହାଡ :-

ଝାରସୁଗୁଡା ଜିଲ୍ଲା ଗୁମାଡେରା ଅମର ଜ୍ୟୋତି ଯୁଥ୍ ଆସୋସିଏସନ ପକ୍ଷରୁ ଗୁମାଡେରାସ୍ଥିତ  ଷ୍ଟାଡିୟମ୍‌ରେ ତୃତୀୟ ରାଇଜିଂଷ୍ଟାର୍ ଫୁଟବଲ ପ୍ରତିଯୋଗିତା ରେ ବଗେଇ ନଳା ଚାମ୍ପିୟନ ହୋଇଛି, ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ କେରୁଆଲବାହାଲର ଜୟ ଗଣେଶ କ୍ଲବ୍ କୁ ଫାଇନାଲ୍ ରେ ହରେଇ ବଗେଇନଳା  ଚାମ୍ପିୟନ ହୋଇଛି l ଚାମ୍ପିୟନ ଦଳକୁ ବିଜେତା ଟ୍ରଫି ସହ 50000 ଟଙ୍କାର ଚେକ ସହିତ ଟ୍ରଫି ଦେଉଛନ୍ତି ବେଲପାହାଡ IIC କୃଷ୍ଣଚନ୍ଦ୍ର ମେହେର,ସମାରୋହରେ ଡ. ସୁବାସ ଚନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସହ ଅମର ଜ୍ୟୋତି ଯୁଥ୍ ଆସୋସିଏସନର ସଦସ୍ୟମାନେ ଉପସ୍ଥିତ ଥିଲେ l ମହେନ୍ଦ୍ର ବଗର୍ତି,ରମଣି ମାଝୀ, ରାଜକୁମାର ମଣ୍ଡଳ,ଧୀରଜ ଲୁହାର, ସଞ୍ଜୟ ମିର୍ଦ୍ଧା, କାର୍ଷିକ ଦାସ,ଭୁବନେଶ୍ଵର ହାତୀ,ନୀଳ ନାଏକ,ଚନ୍ଦ୍ର କିଶାନ,ତୁଷାର ଲୁହାର ପ୍ରମୁଖ ଖେଳ ପରିଚାଳନା କରିଥିଲେ l

ଝାରସୁଗୁଡା ଜିଲ୍ଲା ଗୁମାଡେରା ରୁ ସମୀର ଙ୍କ ରିପୋର୍ଟ



Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.