Type Here to Get Search Results !

ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକ


ସୁବର୍ଣ୍ଣପୁର :-

ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୪ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ମିନି କନଫରେନ୍ସ ହଲ ଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ଦାସ ଜିଲ୍ଲା ସ୍ତରୀୟ ଏହି ମେଳାକୁ ଶୃଙ୍ଖଳିତ, ଆକର୍ଷଣୀୟ ଓ ନୂତନ ଜ୍ଞାନ କୌଶଳ ସମ୍ମିଳିତ ପ୍ରଦର୍ଶନୀ ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ମତ୍ସ୍ୟ ଓ ପ୍ରାଣୀସମ୍ପଦର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଉଦ୍ୟୋଗୀ ମାନଙ୍କର ସମାବେଶ ଓ ସକ୍ରିୟ ଅଂଶଗ୍ରହଣ କୁ ସୁନିଶ୍ଚିତ କରିବା ଉପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ମେଳାରେ ପୁରସ୍କୃତ ହେବାକୁ ଥିବା ସଫଳ ୮ ଜଣ ଯୋଗ୍ୟ ଚାଷୀଙ୍କୁ ମନୋନୀତ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏତଦ ବ୍ୟତୀତ ପ୍ରତିଦିନ ଅଂଶଗ୍ରହଣ କରିବାକୁ ଥିବା ୫୦୦ ଜଣ ଚାଷୀଙ୍କୁ ତ୍ୱରିତ ମନୋନୀତ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ସମସ୍ତ ବିଭାଗର ଯୋଜନା ସମ୍ୱନ୍ଧୀୟ ପ୍ରଦର୍ଶନୀ ମଣ୍ଡପ ଚୂଡାନ୍ତ କରିବା ନିମନ୍ତେ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ପରିଶେଷରେ ଏହି ମେଳା ଯେପରି ସୁନ୍ଦର, ସଫଳ ଓ ଶିକ୍ଷଣୀୟ ହୋଇ ଜିଲ୍ଲାର ଚାଷୀଙ୍କ ନିମନ୍ତେ ବିଶେଷ ଫଳପ୍ରଦ ହେବ ତା ଉପରେ ବିଶେଷ ଯତ୍ନବାନ ହେବାକୁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ ମେହେର ସମେତ ଉପ ନିର୍ଦେଶକ ଉଦ୍ୟାନ ବିଭାଗ, ଜିଲ୍ଲା ଶିଳ୍ପ ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ବୈଜ୍ଞାନିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଓମଫେଡ ପ୍ରକଳ୍ପ ଅଧିକାରୀ,, ନିର୍ଦେଶକ ଜଳ ଛାୟା ପ୍ରକଳ୍ପ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଓ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.