ସୁନ୍ଦରଗଡ :-
ଏନଟିପିସି ଦର୍ଲିପାଲି ପକ୍ଷରୁ ଝାରସୁଗୁଡା ଜିଲ୍ଲା ଲୋଇସିଂହ ଗ୍ରାମ ପଞ୍ଚାୟତର ୧୬ ଅଙ୍ଗନୱାଡ଼ି କେନ୍ଦ୍ରକୁ ବାସନ ବଣ୍ଟନ କରାଯାଇଛି l କମ୍ପାନୀର ବିକାଶ କାର୍ଯ୍ୟକଳାପ ଅଧୀନରେ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକର ଶିଶୁ ମାନଙ୍କୁ ଦିଆଯାଇଥିବା ମୋଟ ୧୫୦ ବାସନକୁସନ ସେଟ୍ ମଧ୍ୟରେ ଟ୍ରେ, ଗ୍ଲାସ୍, ଚାମଚ ଆଦି ରହିଛି l ଏହି ସବୁ ଶିଶୁ ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ଦୈନନ୍ଦିନ ମଧ୍ୟାହ୍ନ ଭୋଜନ ପରିବେଷଣ କରିବାରେ ସାହାଯ୍ୟ କରିବ l ଏହି ଅବସରରେ ପଞ୍ଚାୟତର ବୃଦ୍ଧ, ଭିନ୍ନକ୍ଷମ , ବିଧବା ଓ ଅନ୍ୟ ଅଭାବୀ ବ୍ୟକ୍ତି ମାନଙ୍କୁ ଡେଙ୍ଗୁ ଦାଉରୁ ରକ୍ଷା ପାଇବା ପାଇଁ ୩୫୦ ଟି ମଶାରୀ ପ୍ରଦାନ କରଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ପ୍ରକଳ୍ପ ମୁଖ୍ୟ ରାମ ଭଜନ ମଲିକ, ସହକାରୀ ସlଧାରଣ ପରିଚାଳକ ପ୍ରତିଭା ସିଂ ( ମାନବ ସମ୍ବଳ), ସହକାରୀ ସlଧାରଣ ପରିଚାଳକ ( ଆର ଏଣ୍ଡ ଆର ) ସମୀର ଭଞ୍ଜ ଉପସ୍ଥିତ ରହି ବଣ୍ଟନ କରିଥିଲେ l