Type Here to Get Search Results !

ଇନଡୋର ବ୍ୟାଡମିଣ୍ଟନ୍ ହଲ୍ ନିର୍ମାଣ ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ ଏବଂ ଏନଟିପିସି ଦର୍ଲିପାଲି ସହିତ ଏମୟୁ ସ୍ବାକ୍ଷରିତ

ଝାରସୁଗୁଡା : -

ଝାରସୁଗୁଡ଼ାରେ ଇନଡୋର ବ୍ୟାଡମିଣ୍ଟନ୍ ହଲ୍ ନିର୍ମାଣ ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ ଏବଂ  ଏନଟିପିସି ଦର୍ଲିପାଲି ସହିତ ଏମୟୁ ସ୍ୱାକ୍ଷରିତ ହୋଇଛି l  ଏହି ଚୁକ୍ତିନାମା ସ୍ବାକ୍ଷର ସମୟରେ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନୀଲ ନରଭାନେ, ପୋଲିସ ଅଧିକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ, ଏନଟିପିସି ଦର୍ଲିପାଲି ପ୍ରକଳ୍ପ ମୁଖ୍ୟ ରାମ ଭଜନ ମଲ୍ଲିକ, ମାନବ ସମ୍ବଳ ବିଭାଗର ଅତିରିକ୍ତ ଜେନେରlଲ ମ୍ୟାନେଜର ପ୍ରତିଭା ସିଂ, ଆରଏଣ୍ଡଆର ବିଭାଗ ର ସମୀର ଭଞ୍ଜ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଝାରସୁଗୁଡା ଜିଲ୍ଲାର ଅଧିକାରୀ ମାନେ ଉପସ୍ଥିତ ଥିଲେ l   ଜିଲ୍ଲାରେ ଇଣ୍ଡୋର ହଲ୍ ହେବା ଦ୍ବାରା କ୍ରୀଡ଼ାର ଉନ୍ନତି ସହ ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କ୍ୟାମ୍ପ କରାଯିବ | 

 ଏନଟିପିସିର ଏପରି ଉଦ୍ୟମକୁ ପ୍ରଶଂସା କରି ରାମ ଭଜନ ମଲିକ କହିଛନ୍ତି ଯେ ବ୍ୟାଡମିଣ୍ଟନ ହଲ ଦ୍ଵାରା  ଯୁବବର୍ଗଙ୍କ ପାଇଁ ଏକ ବଡ଼ ସେବା ହେବ ଓ ସର୍ବଦା ସମାଜର କଲ୍ୟାଣ ପାଇଁ ଏନଟିପିସି ଦର୍ଲିପାଲି ପ୍ରତିବଦ୍ଧ ଅଟେ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.