ବରଗଡ଼ :-
ଜିଲାପାଳ ଙ୍କୁ ଲାଞ୍ଚ ଦେବା ପଡିଲା ମହଙ୍ଗା, ଆମ୍ବୁଜା ସିମେଣ୍ଟ ଅଧିକାରୀ ଗିରଫ l ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ l ଗତକାଲି ଆମ୍ବୁଜା ସିମେଣ୍ଟ ର ଅଧିକାରୀ ରମଭାବ ଗୁଟ୍ଟୁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଏକ ମିଠା ପ୍ୟାକେଟ ନେଇ ଆସିଥିଲେ l ଜିଲ୍ଲାପାଳ ଉକ୍ତ ମିଠା ପ୍ୟାକେଟ ଖୋଲିବା ପରେ ସେଥିରୁ ୨ ଲକ୍ଷ ଟଙ୍କା କ୍ୟାସ ବାହାରିଥିଲା l ଏନେଇ ଜିଲ୍ଲାପାଳ ଭିଜିଲାନ୍ସ କୁ ଖବର ଦେବା ସହ ଉକ୍ତ କର୍ମଚାରୀ ଙ୍କୁ ଅଟକ ରଖିଥିଲେ l ଶେଷରେ ସମ୍ବଲପୁର ଭିଜିଲାନ୍ସ କର୍ମଚାରୀ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଆମ୍ବୁଜା ସିମେଣ୍ଟ ଅଧିକାରୀଙ୍କୁ ଗିରଫ କରିବା ସହ ସମ୍ବଲପୁର ଭିଜିଲାନ୍ସ କେଶ ନମ୍ବର ୨୩/୨୪ ଅନ୍ତର୍ଗତ ଧାରା 8/9/10 P.C. Act, ୧୯୮୮ ମୁତାବକ କେଶ ଫାଇଲ କରିଥିବା ଜଣ ପଡିଛି l ବ୍ୟୁରୋ ରିପୋର୍ଟ