Type Here to Get Search Results !

ଘର ଭିତରେ ଯୁବତୀଙ୍କ ମୃତଦେହ, ପ୍ରେମିକ ଫେରାର୍

 


ଭୁବନେଶ୍ୱର :-

ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନରେ ଏକ ଘର ଭିତରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।  ଯୁବତୀ ଜଣକ ଏମସିଏ ପଢା ସାରି ଭୁବନେଶ୍ୱରରେ ଲିଭ-ଇନ ରିଲେସନସିପରେ ରହୁଥିବା ସୂଚନା ମିଳିଛି । ଉଭୟ ପୁଅ ଏବଂ ଝିଅଙ୍କ ଘର ଗଞ୍ଜାମ ଜିଲ୍ଲାରେ । ସେମାନେ ଏକାଠି ଏହି ଆପାର୍ଟମେଣ୍ଟରେ ରହି ଆସୁଥିଲେ ।ଲିଭ-ଇନରେ ରହୁଥିବା ପୁରୁଷ ବନ୍ଧୁ ମୃତଦେହ ଦେଖି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏପଟେ ପରିବାର ଲୋକଙ୍କ ଅଭିଯୋଗ, ଝିଅକୁ ହତ୍ୟା କରାଯାଇଛି । ଲିଭ-ଇନ ନୁହେଁ ବରଂ ଯୁବକ ଜଣକ ବିବାହ କରିଥିବା କହିଛନ୍ତି । କୋରାପୁଟ ଦାମନଯୋଡ଼ି ଥାନା ମାଥାଲପୁଟ ଗାଁର ଜ୍ୟୋତିରେଖା ପରିଡ଼ା ଏମ୍ସିଏ ପାସ୍ କରିଛନ୍ତି। ତାଙ୍କୁ ଭଲ ପାଉଥିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବଣତୁମ୍ୱ ଗାଁର ପ୍ରିୟ ରଞ୍ଜନ ପାତ୍ର। ଉଭୟଙ୍କ ଭଲ ପାଇବା ଦୀର୍ଘ ଦିନର। କିନ୍ତୁ ଏଥିରେ ପରିବାର ଲୋକେ ରାଜି ନଥିଲେ। ଯେଉଁଥିପାଇଁ ଉଭୟଙ୍କ ପ୍ରେମରେ ସାମାନ୍ୟ ଭଟ୍ଟା ପଡ଼ିଥିଲା। ସେଥିପାଇଁ ଜ୍ୟୋତିରେଖାଙ୍କ ପରିବାର ଲୋକଙ୍କୁ ମିଳୁଥିଲା ଧମକ। ଅଭିଯୋଗ ଅନୁସାରେ ଜ୍ୟୋତିରେଖାଙ୍କୁ ତାଙ୍କ ସମ୍ପର୍କୀୟ ଘର ଭବାନୀପାଟଣାରେ ଛାଡ଼ିଥିଲେ ପରିବାର ଲୋକ। ଗତ ଫେବ୍ରୁଆରୀରେ ପ୍ରିୟରଞ୍ଜନ ଓ ତାଙ୍କର ଦୁଇ ଜଣ ସାଥୀ ଭବାନୀପାଟଣା ଯାଇଥିଲେ। ଆଉ ସେଠାରୁ ଜ୍ୟୋତିରେଖାଙ୍କୁ ଅପହରଣ କରିଥିଲେ। ଅପହରଣ ନେଇ ସେତେବେଳେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।ରାକ୍ଷୀ ପୂର୍ଣ୍ଣିମାଠାରୁ ଉଭୟରେ ଖଣ୍ଡଗିରିରେ ଥିବା ଏକ ଆପାର୍ଟମେଣ୍ଟର ଆଉଟ୍ହାଉସରେ ରହୁଥିଲେ। ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ କହିବା ଅନୁସାରେ ଜ୍ୟୋତିରେଖା ଓ ତାଙ୍କ ପ୍ରେମିକ ପ୍ରିୟଙ୍କୁ ଦିନ ବେଳାରେ କେବେ ଦେଖିବାକୁ ପାଆନ୍ତି ନାହିଁ। ତେବେ ଗୁରୁବାର ରାତିରେ ଆପାର୍ଟମେଣ୍ଟ ସୋଶାଇଟି ମେମ୍ୱରମାନେ ଆଉଟ୍ହାଉସ୍ରେ ଝୁଲନ୍ତା ମୃତଦେହ ଦେଖି ଖଣ୍ଡଗିରି ଥାନା ପୁଲିସ୍କୁ ଖବର ଦେଇଥିଲେ। ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ଖଣ୍ଡଗିରି ପୋଲିସ । ସାଇଣ୍ଟିଫିକ ଟିମ ସହ ତନାଘନା ଆରମ୍ଭ କରିଛି ପୋଲିସ୍ ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.