Type Here to Get Search Results !

ପରିବେଶ ସଚେତନତା

 


ପଦ୍ମପୁର :-

ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ କୁଡାସିଂହା ଗ୍ରାମରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି। କଂସର ସରପଞ୍ଚ ଶ୍ରୀଯୁକ୍ତ ଆନନ୍ଦ ବେହେରାଙ୍ ସଭାପତିତ୍ବ ଓ ପ୍ରକୃତିବଂଧୁ ମୀନକେତନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ ମୂଖ୍ଯ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଗୋବର୍ଦ୍ଧନ ଭୁଏ, ସମ୍ମାନିତ ଅତିଥି ଭାବରେ ଓମପ୍ରକାଶ ଅଗ୍ରୱାଲ, ସୁନୀଲ ଅଗ୍ରୱାଲ, ନିରୋଜ ଦାଶ,ନାଏବ ସରପଞ୍ଚ ମାଧୁରୀ ବରିହା ପ୍ରମୁଖ ଅଂଶଗ୍ରହଣ କରି ପରିବେଶ ସୁରକ୍ଷାରେ ବୃକ୍ଷର ଭୂମିକା ,ଶିଶୁଟିଏ ଗଛଟିଏ,ମାଁ ପାଇଁ ଗଛଟିଏ ସଂପର୍କରେ ନିଜ ନିଜର ବକ୍ତବ୍ଯରେ ଉପସ୍ଥାପନ କରିଥିଲେ। ଜିଲ୍ଲା ପରିବେଶ ସୁରକ୍ଷା ମଂଚ ବରଗଡ ସଂପାଦକ ପ୍ରକୃତିବଂଧୁ ମୀନକେତନ ସାହୁ ବିଶ୍ବ ଉତ୍ତାପନ ଓ ଜୀବଜଗତ ଉପରେ ଏହାର ପ୍ରଭାବ, ଜଳବାୟୁ ପରିବର୍ତ୍ତନ, ବୃକ୍ଷ ରୋପଣ ଓ ଜଂଗଲ ସଂରକ୍ଷଣ ଉପରେ ବିସ୍ତୃତ ଆଲୋକପାତ କରିଥିଲେ।ଓମପ୍ରକାଶ ଅଗ୍ରୱାଲଙ୍କ 66ତମ ଜନ୍ମ ବାର୍ଷିକୀ ଅବସରରେ ପଚାଶ ଜଣଙ୍କୁ ଅତିଥିମାନଙ୍କ ଦ୍ଵାରା ଅଶୋକ ଚାରା ପ୍ରଦାନ କରାଯାଇଥିଲା ଓ ନିଜ ନିଜର ଘର ବାଡିରେ ରୋପଣ କରି ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା। ଠିକ ସେହିପରି ଗଡଭାଟି ଗ୍ରାମରେ ପରିବେଶ ସଚେତନତା ସଭା ଆୟୋଜନ କରାଯାଇ ଓମପ୍ରକାଶ ଅଗ୍ରୱାଲାଙ୍କ ଜନ୍ମ ଦିନ ଉପଲକ୍ଷେ ଉପସ୍ଥିତ ଇଚ୍ଛୁକ ପଚାଶ ଜଣଙ୍କୁ ଅଶୋକ ଚାରା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟିକେଲାଲ ବରିହା, ଧନେଶ୍ଵର ବଙ୍କା,ଭୀମସେନ ପଟେଲ,ବାଲକୃଷ୍ଣ ବରିହା,ଗୀତାଞ୍ଜଳି ପାଣ୍ଡେ, ସିଆରପିସିଏମ୍ ମିନାକ୍ଷୀ ସାହା,ଚନ୍ଦ୍ରାବତୀ ବରିହା, ଲକ୍ଷ୍ମୀ ମେହେର, ସାବିତ୍ରୀ ସାହା ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.