Type Here to Get Search Results !

୩୯ତମ ସମ୍ବଲପୁର ଡିଭିଜନ ବୀମା କର୍ମଚାରୀ ସଂଘର ଦୁଇ ଦିନିଆ ସମ୍ମୀଳନୀ ଉଦଘାଟିତ


ଝାରସୁଗୁଡା :-

 ଆଜି ଝାରସୁଗୁଡାୁ ମୁଖ୍ୟ ସହର ସ୍ଥିତ ମେଘଦୁତ ହୋଟଳ ଠାରେ ସମ୍ବଲପୁର ଡିଭିଜନ ବୀମାକର୍ମଚାରୀ ସଂଘର ୩୯ତମ ବାର୍ଷିକ ସାଧାରଣ ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛିି। ସର୍ବ ପ୍ରଥମେ ସହୀଦ ସ୍ତମ୍ଭରେ ଫୁଲ ମାଳ ଦେଇ ସହୀଦ ଆତ୍ମାକୁ ଶ୍ରଦ୍ଧାଞ୍ଚଳି ଦିଆଯାଇଥିଲା। ଏହା ପରେ ସ୍ବାଗତ ସଂଙ୍ଗୀତଗାନ କରାଯାଇଥିଲା ଓ ପରେ ପରେ ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷା ମାନାନୀୟା ଅଲକା ମହାନ୍ତି,ପୂର୍ବତନ ବିଧାନସଭା ସଦସ୍ୟା ସ୍ବାଗତ ଭାଷଣ ଦେଇଥି୍ଲେ। ଏହାପରେ ଅଖିଳ ଭାରତ ବୀମା କର୍ମଚାରୀ ସଂଘର ଯୁଗ୍ମ ସଂପାଦକ ସାଥି ଧର୍ମରାଜ ମାହାପାତ୍ର ବିଧିବଦ୍ଧଭାବରେ ଦୁଇ ଦିନିଆ ସମ୍ମୀଳନୀକୁ ଉଦଘାଟନ ଘୋଷଣା କରିଥିଲେ। ମୁଖ୍ୟବକ୍ତା ଭାବେ ପୂର୍ବମଧ୍ୟ କ୍ଷେତ୍ରୀୟ ବୀମା କର୍ମଚାରୀ ସଂଘର ସାଧାରଣ ସଂପାଦକ ସାଥି ତ୍ରୀନାଥ ଦୋରା ଉଦବୋଧନ ଦେଇକହିଲେ- ସାଂପ୍ରତିକ ପରିସ୍ଥିତିରେ ଆଜି ଭାରତର ଗଣତନ୍ତ,ସମ୍ବିଧାନ ଓ ଅର୍ଥନୀତି ବିପଦରେ ଅଛି। ବୀମା ଶିଳ୍ପ ଆଜି ଭାରତର ଏକ ନଂ ଆର୍ଥୀକ ସଂସ୍ଥା,କିନ୍ତୁ ସରକାର ବୀମା ଶିଳ୍ପରେ ଘରୋଇ ପୁଞ୍ଜି ଆଣିବା,

ଶିଳ୍ପର ଅଂଶଧନକୁ ବଜାରରେ ବିକିବା,ଏହା ବୀମା କ୍ଷେତ୍ରର ପୋଲିସୀଧାରୀଙ୍କ ମୌଳିକ ଉପାଦାନକୁ କ୍ଷୁଣ୍ଣ କରୁଛି! ଅନ୍ୟ ପକ୍ଷରେ ଜୀବନ ବୀମା ଏକ ସାମାଜିିକ ନ୍ୟାୟ,,ତା`ର ପ୍ରିମିୟମ ଉପରେ ସରକାର୧୮% ଜିଏସ୍ ଷ୍ଟି ଲଗାଇଛନ୍ତି ,ଏହା ପେଲିସିଧାରୀ ଉପରେ ଆକ୍ରମଣ। ଯାହାପାଇଁ ଅଖିଳ ଭାରତ ବୀମାକର୍ମଚାରୀ ସଂଘ ଲଗାତାର ଲଢେଇ ଜାରି ରଖିଛି।ଭାତୃପ୍ରତିମ ତଥା ଏଲଆଇସି ସଂଗଠନ ତରଫରୁ ସାରଙ୍ଗଧର ମିଶ୍ର,ଗୌରୀ ପାତ୍ର,ଅନନ୍ତ, ଗଙ୍ଗାଧର ପ୍ରଧାନ, ପ୍ରଭାତ ପୁଷ୍ଟି marketing maneger, ଝସ ସାହୁ -class-l ଫେଡେରେସନ, ପ୍ରେମlନନ୍ଦ ମହାପାତ୍ର -NFIFWI ଓ ଅନ୍ୟ ମାନଙ୍କ ମଧ୍ୟରେ ତ୍ରୀନାଥ ଗୋଏଲ, ସୀୟାରାମ ଦାଶ, ନରେନ୍ଦ୍ର ପଣ୍ଡା, ମେହେବୁଵ ମହତାବ ସମ୍ମୀଳନୀ ର ସଫଳତା ପାଇଁ ଅଭିବାଦନ ଜଣାଇଥିଲେ। ସମ୍ମୀଳନୀରେ ଯୋଗ ଦେବା ପାଇଁ ଛଅଟି ଜିଲ୍ଳାରୁ 300 ଜଣ ପ୍ରତିନିଧି ଓଦର୍ଶକ ଆସିଛନ୍ତି। ଖୋଳା ଅଧିବେଶନ ପରେ ପ୍ରତିନିଧି ଓ ଦର୍ଶକ ଦୁଇ ଦିନ ରହି ରାଷ୍ଟ୍ରୀୟ ରାଜନୈତିକ,ଅର୍ଥନୀତି,ଜୀବନ ବୀମା କ୍ଷେତ୍ରରେ ଆସୁଥିବା ବିପଦ ଉପରେ ଆଲୋଚନା କରି ପ୍ରସ୍ତାବଗୃହୀତ କରାଯାଇ ସରକାରକୁ ଦିଆଯିବ। ସନ୍ଧ୍ୟାରେବେଲପାହାଡ ମିରର୍ ଥିଏଟର ତରଫରୁନାଚ-ଗୀତ ପ୍ରସ୍ତୁତ କରାଯାଇଥିଲା। ଆଜିର ଅଧିବେଶନକୁ ରାଜୀବଲୋଚନ ଦାଶ ପରିଚାଳନା କରିଥିଲେ।ଅଧିବେଶନକୁ ସଫଳ କରିବା ପାଇଁ ରତ୍ନାକର ପ୍ରଧାନ,ଅରୁନ ଚଇନି,ଗୋପୀନାଥ ମିଶ୍ର,ଆଶିଷ ଶୁକ୍ଲା,ନବୀନସିଂହ୍ନା,କୃପା ମିଶ୍ର,ଜଗଦେଶ୍ବର ନାୟକ,ବରୁନ ପଟେଲ,ରାମଚନ୍ଦ୍ର କିଶାନ ,କନକ ନାୟକ,ସାବିତ୍ରୀ ଡୁଡୁମ ଓ ଅନେକ ସହଯୋଗ କରିଥିଲା ବେଳେ ବେଦବ୍ୟାସ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।ଆସନ୍ତାକାଲି ସମ୍ମୀଳନୀର ଶେଷ ଦିନ ।



Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.