ଭୁବନେଶ୍ବର:-
ରାଜ୍ୟ ପୋଲିସ ବିଭାଗରେ ୧୦୦ ଦିନରେ ଦିଆଯିବ ୩ ହଜାର ନିଯୁକ୍ତି। ଶନିବାର ବିଧାନସଭାରେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ୬୦୯ଟି ସବ୍ ଇନ୍ସପେକ୍ଟର ପଦବୀ, ସଶସ୍ତ୍ର ସବ୍ ଇନ୍ସପେକ୍ଟର ପଦବୀରେ ୯୫, କନଷ୍ଟେବଳ ୧୫୧୩, ୪୦୫ ଡ୍ରାଇଭ, କନଷ୍ଟେବଳ କମ୍ୟୁନିକେସନ ପୋଷ୍ଟରେ ୩୦୦ ନିଯୁକ୍ତି ମିଳିବ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ଆହୁରି ୧୦ ଓଡ୍ରାଫ୍ ୟୁନିଟ୍ ପ୍ରତିଷ୍ଠା କରାଯିବ। ପ୍ରତି ଥାନାକୁ ୭ଟି ମୋଟର ସାଇକେଲ ଦିଆଯିବ। ସେହିଭଳି ୨୨୯୮ ଗୃହ ରକ୍ଷୀ ପଦବୀ ପୂରଣ ନେଇ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆ ଘୋଷଣା ଅନୁଯାୟୀ, ଗୃହରକ୍ଷୀ ସହିଦ ହେଲେ ତାଙ୍କ ପରିବାରକୁ ଆର୍ଥିକ ଅନୁଦାନ ସହ ପରିବାରରୁ ଜଣଙ୍କୁ ସରକାରୀ ଚାକିରୀ ଯୋଗାଇ ଦିଆଯିବ।