ପିପିଲି :-
ପିପିଲି ଥାନା ଅଧିନ ଗୁଡ଼ିଆ ପୋଖରୀ ଛକର ଅନତି ଦୂରତା କଣ୍ଟ୍ରି ସାଇଟ ରେଷ୍ଟ ବାର ସମୁଖରୁ ଏକ ହୋଣ୍ଡା ସାଇନ ମଟର ସାଇକେଲ ଚୋରି ହୋଇ ଥିବା ନେଇ ପିପିଲି ଥାନାରେ ଅଭିଯୋଗ ହୋଇ ଅଛି l ବାଇକ ଚାଳକ ଜଣକ ହେଉଛନ୍ତି ଓରକଳ ଗ୍ରାମର ପେଦୀପ୍ତ ପ୍ରଧାନ l ଉକ୍ତ ବାର ସମୁଖରେ ନିଜର ସାଇନ ମଟର ସାଇକେଲ ଯାହାର ନଂ OR-02-BS-1667 ରଖି କାର୍ଯ୍ୟରେ ଯାଇ କିଛି ସମୟ ମଧ୍ୟରେ ଆସି ଦେଖିଲା ବେଳକୁ ବାଇକ ସେଠାରେ ନାହିଁ ଯାହାକି ବହୁତ ଖୋଜା ଖୋଜି କରି ନପାଇବାରୁ ଥାନାରେ ଅଭିଯୋଗ କରି ଛନ୍ତି l ଯାହାକି ପିପିଲି ପୋଲିସ ପିପିଲି ଥାନା କେଶ ନଂ 395/24 ଦଫା -303(2) ବିଏନଏସ ଆକ୍ଟରେ ମାମଲା ଆଗତ କରଯାଇ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆ ଯାଇଥିବା ବେଳେ ଫାଣ୍ଡି ଅଧିକାରୀ ଶ୍ରୀ ଯେନା ବାଇକ ଚୋରକୁ ଧରି ବାଇକ ଜବତ କରିବା ସହିତ ଚୋରକୁ କୋର୍ଟ ଚାଲାଣ କରାଯାଇ ଥିବା ଫାଣ୍ଡି ଅଧିକାରୀ କହିଛନ୍ତି l