Type Here to Get Search Results !

ଇନ୍ଦ୍ରମଣି ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କୁ ମିଳିଲା ମେଧାବୀ ପୁରସ୍କାର

 

ଧାମନଗର :-

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଇନ୍ଦ୍ରମଣି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସାଇବନିତା ବେହେରାଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର l ସୂଚନା ଅନୁସାରେ ୨୦୨୩-୨୪ ବର୍ଷ ପାଇଁ ରାଜ୍ୟସ୍ତରୀୟ ୨୧୭ ରେଙ୍କ ଓ ମାଟ୍ରିକ ପରୀକ୍ଷାରେ ୫୫୨ ନମ୍ବର ଅର୍ଥାତ ଶତକଡ଼ା ୯୨% ମାର୍କ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ମେଧାବୀ ପୁରସ୍କାର ତାଲିକାରେ ଇନ୍ଦ୍ରମଣି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସାଇବିନିତା ବେହେରା ପଚାଶ ହଜାର ଟଙ୍କାର ଅର୍ଥରାଶି ସହିତ ପ୍ରମାଣପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନିକଟରୁ ଗ୍ରହଣ କରିଛନ୍ତି lଏହି ପୁରସ୍କାର ପାଇବା ପରେ ଏହାର ସମସ୍ତ ଶ୍ରେୟ ନିଜର ମାତାପିତା ଓ ନିଜର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଦେବା ସହିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରଭାତ କୁମାର ଜେନା ବିଦ୍ୟାଳୟ ତରଫରୁ ଏକ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରି ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି l



Post a Comment

0 Comments
* Please Don't Spam Here. All the Comments are Reviewed by Admin.