ପିପିଲି :-
ବଳଙ୍ଗା ଥାନା ଅଞ୍ଚଳର ଜଣେ ଵିଭାହିତା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ଟଙ୍କା ଠକେଇ କରି ଅଞ୍ଚଳରୁ ଚମ୍ପଟ ମାରି ପଳାଇ ଯାଇଥିବା ନେଇ ବଳଙ୍ଗା ଥାନାରେ ଅଭିଯୋଗ ହେବାରେ ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଏନେଇ ମାମଲା ଆଗତ କରି ଛନ୍ତି l ଖାଲି ସେତିକି ନୁହେଁ ତାର ସ୍ୱାମୀ ମଧ୍ୟ ନାନାଦି ପ୍ରକାର ଗାଳି ଗୁଲଜ କରିବା ସହିତ ସ୍ୱୟସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦେଉଥିବା ଅଭିଯୋଗ ହୋଇ ଅଛି l ସୂଚନା ଥାଉକି ଠକେଇ ମହିଳା ଜଣକ ଏକ ଗୋଷ୍ଠୀରେ ଥାଇ ନିଜର ଲୋନ ଭାଗ ଟଙ୍କା ସହିତ ଅନ୍ୟ ଜଣେ ସଭ୍ୟାଙ୍କ ଲୋନ ଭାଗ ଟଙ୍କା ଏବଂ ଆଦାୟ ଟଙ୍କା ଠକେଇ କରି ଅଞ୍ଚଳରୁ ଚମ୍ପଟ ମାରି ପଳାଇ ଯାଇଛି l ଏନେଇ ଥାନାରେ ଅଭିଯୋଗ ହେବାରେ ମାମଲା ଆଗତ କରଯାଇ ଅଛି l