Type Here to Get Search Results !

NTPC କର୍ମଚାରୀ କଲ୍ୟାଣ ସଂଘ ପକ୍ଷରୁ ସ୍ବର୍ଗତ ଡଃ ମମିତା ଙ୍କୁ ଶ୍ରଦ୍ଧାଞ୍ଜଳି

 


ସୁନ୍ଦରଗଡ଼ :-

ପାଶବିକ ଶିକାର ହୋଇ ମୃତ୍ୟୁ ବରଣ କରିଥିବା ସ୍ବର୍ଗତ ଡଃ ମମିତା ଦେବନାଥ ଙ୍କ ଉଦ୍ୟେଶରେ NTPC  ଦର୍ଲିପାଲି  କର୍ମଚାରୀ କଲ୍ୟାଣ ସଂଘ ପକ୍ଷରୁ ଅପରାଧ ବନ୍ଦ କରିବା ବ୍ୟାନରରେ ଏକ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ମାର୍ଚର ଆୟୋଜନ କରିଥିଲେ | ଏଥିସହ 100 ରୁ ଅଧିକ ଏନଟିପିସି ଦର୍ଲିପାଲି କର୍ମଚାରୀ, ନିରାମାୟା ହସ୍ପିଟାଲର ଡାକ୍ତର ଏବଂ ବିବିପିଏସ୍ ସ୍କୁଲ ଶିକ୍ଷକ ଏବଂ ପୀଡିତାଙ୍କ ପାଇଁ ଛାତ୍ରମାନେ ନ୍ୟାୟ ଦାବି କରିଥିଲେ। ଏହି ଅବସରରେ ପୀଡ଼ିତାଙ୍କ ପ୍ରତି ହୋଇଥିବା ଅତ୍ୟାଚାର କୁ ନେଇ ଘୋର ପ୍ରତିବାଦ କରାଯାଇଥିବା ବେଳେ , ଡାକ୍ତର ଯେଉଁଠି ଭଗବାନ ଙ୍କ ଦ୍ଵିତୀୟ ରୂପ ବିବେଚନା କରାଯାଏ ସେଠି ମହିଳା ଡାକ୍ତର ଙ୍କ ପ୍ରତି ଏହି ଅତ୍ୟାଚାର କୁ ଘୋର ନିନ୍ଦା କରାଯାଇଥିଲା| ତାସହ ପୀଡିତା ତଥା ମୃତା ଡାକ୍ତର ମମିତା ଓ ତାଙ୍କ ପରିବାର କୁ ନ୍ୟାୟ ତଥା ଦୋଷୀ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ତଥା ମୃତ୍ୟୁଦଣ୍ଡ ରେ ଦଣ୍ଡିତ କରାଯାଉ ବୋଲି ଦାବି କରାଯାଇଥିଲା |

Post a Comment

0 Comments
* Please Don't Spam Here. All the Comments are Reviewed by Admin.