Type Here to Get Search Results !

ବେଳାଭୂମି ନିକଟରେ ମଣିଷ କଙ୍କାଳ

 


ପୁରୀ :- 

ଗତକାଲି ବିଳମ୍ବିତ ରାତିରେ ପୁରୀ ବେଳାଭୂମି ନିକଟରେ ଥିବା ଷ୍ଟର୍ଲିଙ୍ଗ ହୋଟେଲ ରାସ୍ତା ପାଖରେ ଜଣଙ୍କର ଖପୁରୀ ସହ ଶରୀରର କିଛି ଅଂଶ  ପଡିଥିବା ଦେଖିବାକୁ ମିଳିଥିଲା। ଖପୁରୀଟି ଏକ ପୁରୁଷର ବୋଲି ଶାର୍ଟରୁ ଅନୁମାନ କରାଯାଉଛି । ତେବେ ଏହି ମୃତ ଦେହଟି ବଳିଆପଣ୍ଡା ଥାନା ଅଞ୍ଚଳରେ ପଡିଛି । ବଳିଆପଣ୍ଡା ଥାନା ପୋଲିସ କୁ ଖପୁରୀ ଓ ଶରୀର ଅଂଶ ବିଶେଷକୁ ଜବତ କରି  ଶ୍ରୀଜଗନ୍ନାଥ ମେଗିକାଲ କଲେଜର ଏଫ ଏମ ଡି ଡିପାର୍ଟମେଣ୍ଟକୁ ପଠାଯାଇଛି। ରିପୋର୍ଟ ଆଧାରରେ। ତଦନ୍ତ କରାଯିବ।  ଏହି ମୃତ ଦେହ କାହାର ତାହା ଜଣାପଡି ନାହିଁ । ପୁରୀ ପୋଲିସ ପାଇଁ ଏହା ଏକ ବଡ଼ ଚାଲେଞ୍ଜ ରହିବ ମୃତ ଦେହର ପରିଚୟ ଖୋଜିବା ପାଇଁ  ଗତ ୧୪ ତାରିଖରେ ବେଳଭୂମିରୁ ବାଲେଶ୍ୱର ସୋର ଅଂଚଳର ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ଯାହାର ପରିଚୟ ମିଳିଥିଲା କିନ୍ତୁ ଏହି ସ୍କେଲିଟନର ପରିଚୟ ମିଳିନାହିଁ।

ପୁରୀ ରୁ ବର୍ଷା ଜେନା ଙ୍କ  ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.