Type Here to Get Search Results !

ଭଡ଼ାଘରେ ଯୁବକଙ୍କ କ୍ଷତାକ୍ତ ମୃତଦେହ, ହତ୍ୟା ସନ୍ଦେହରେ ଜଣେ ଅଟକ

 



କେନ୍ଦ୍ରାପଡ଼ା: ଭଡ଼ାଘରେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ କରାଯାଇଛି। କେନ୍ଦ୍ରାପଡ଼ା ଟାଉନ ଥାନା ଖଡ଼ିଅଙ୍ଗ ଅଞ୍ଚଳର ଏକ ଭଡ଼ାଘରେ ମୃତଦେହ ପଡ଼ିରହିଥିବା ସୂଚନା ମିଳଛି। ମୃତକର ପରିଚୟ ମିଳିଛି ଏବଂ ସେ ରାଜସ୍ଥାନର ବୋଲି ଜଣାପଡ଼ିଛି। କେନ୍ଦ୍ରାପଡ଼ା ଟାଉନ ଥାନା ଖଡ଼ିଅଙ୍ଗ ଅଞ୍ଚଳର ଏକ ଭଡ଼ାଘରେ ରହି ସେ ଆଇସକ୍ରିମ ବ୍ୟବସାୟ କରୁଥିଲେ।

ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ କେନ୍ଦ୍ରାପଡ଼ା ଟାଉଥାନା

ପୁଲିସ ଜଣକୁ ଅଟକ ରଖି ପଚାରଉଚୁରା କରୁଛି। ଘଟଣାସ୍ଥଳରେ ପହଞ୍ଚି ପୁଲିସର ସାଇଣ୍ଟିଫିକ ଟିମ ତଥ୍ୟ ସଂଗ୍ରହଣ କରିଛି। ସମ୍ପୃକ୍ତ ଯୁବକଙ୍କ କିଳଭି ମୃତ୍ୟୁ ହୋଇଛି ଏବଂ ତା'ର ମୃତ୍ୟୁ ପାଇଁ ଦାୟୀ କିଏ ସେନେଇ ପୁଲିସର ଛାନଭିନ ଜାରି ରଖିଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.