Type Here to Get Search Results !

ବାଙ୍କୀ ଅଞ୍ଚଳରେ ମାତିଛନ୍ତି ବଡ଼ମ୍ବା ଅଞ୍ଚଳର ଛିନତାଇ ଲୁଟେରା ଗ୍ୟାଙ୍ଗ

 


ଳାପଥର(ବାଙ୍କୀ ):-

ପଶ୍ଚିମ ବାଙ୍କୀ ଅଞ୍ଚଳରେ ମାତିଛନ୍ତି ବଡ଼ମ୍ବା ଅଞ୍ଚଳର ଛିନତାଇ ଲୁଟେରା ଗ୍ୟାଙ୍ଗ।ମୋବାଇଲରେ ଫଟୋ ଦେଖାଇ ପୁରୁଣା ପଲସର ବାଇକ ବିକ୍ରି କରିବା ବାହାନା କରି ୩୫ ହଜାର ଟଙ୍କା ଲୁଟ ପରେ ଚମ୍ପଟ ମାରିଥିଲେ ଲୁଟେରା। ଲୁଟେରାଙ୍କ ଲୁଟର ଶିକାର ହୋଇଛନ୍ତି କନ୍ଧମାଳ ଅଞ୍ଚଳ ଗୋଚ୍ଛାପଡାର ସପନ କୁମାର ମନ୍ତ୍ରୀ।

ସପନ ଓ ତାଙ୍କ ପରିବାର ସେମାନଙ୍କଠାରୁ ପୁରୁଣା ପଲସର ବାଇକ ବିକ୍ରି ବାହାନାରେ ୩୫ହଜାର ଟଙ୍କା ଲୁଟ ହୋଇଥିବା ନେଇ କଟକ ଜିଲା ବାଙ୍କୀ ବୈଦେଶ୍ଵର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବୈଦେଶ୍ଵର ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଲୁଟେରାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ବୈଦେଶ୍ଵର ଥାନା ପୁଲିସ ଚଢ଼ାଉ କରିଥିଲା। ଏହାପରେ ଟଙ୍କା ଲୁଟ ପରେ ଚମ୍ପଟ ମାରିଥିବା ଲୁଟେରାଙ୍କୁ ବଡମ୍ବା ଥାନା ଅନ୍ତର୍ଗତ ଗୋପୀନାଥପୁର ସତକୁଡ଼ିଆ ଗାଁରୁ ବୈଦେଶ୍ଵର ଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା ଏବଂ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ବୈଦେଶ୍ଵର ଥାନା ପୁଲିସ୧୩୮ /୨୪ ରେ ମାମଲା ରୁଜୁ ପରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଲୁଟ ପାଇଁ ବ୍ୟବହାର କରିଥିବା ପୁରୁଣା ଏକ କଳା ପଲସର ବାଇକକୁ ମଧ୍ୟ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ପ୍ରିୟ ରଞ୍ଜନ ସେଠୀ ସୂଚନା ଦେଇଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.