ଝାରସୁଗୁଡା :-
ଆଜି ଝାରସୁଗୁଡା ଜିଲ୍ଲା ଅଭିଭାବକ ମହାସଙ୍ଘ କାର୍ଯ୍ୟକାରିଣୀ ର ଏକ ଜରୁରୀ ବୈଠକ କରାଯାଇଛି। ଏହି କାର୍ଯ୍ୟକାରିଣୀ ଜରୁରୀ ବୈଠକ ରେ ଜିଲ୍ଲା ଅଭିଭାବକ ମହାସଙ୍ଘ ର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ନୂତନ କମିଟି ର ଗଠନ କରାଗଲା, ଏହି ଜିଲ୍ଲା ମହାସଂଘ କମିଟି ରେ ଜିଲ୍ଲା ସଭାପତି ଭାବରେ ଦେବାନନ୍ଦ ବାରିକ କାର୍ଯ୍ୟକାରୀ ସଭାପତି ବସନ୍ତ ପଣ୍ଡା, ନିମି ଏମ ଓମେନ,ମନୋରଞ୍ଜନ ଯାଦବ, ବାବୁଲି ବେହେରା, ଉପ ସଭାପତି ସନ୍ତୋଷ କୁମାର ପାଣି,ଡେପୁଟି ଉପ ସଭାପତି ସରୋଜ କୁମାର ମଲ୍ଲିକ, ସମ୍ପାଦକ ଫୁଲେନ୍ଦ୍ର ଗାର୍ଡିଆ, ଡେପୁଟି ସମ୍ପାଦକ ମନୋଜ ପଣ୍ଡା, କିରଣବାଳା ନାୟକ,କୋଷାଧକ୍ଷ ଉମେଶ କୁମାର ପଟେଲ ଙ୍କୁ ରୂପରେ ନୂତନ କମିଟିରେ ମନୋନୀତ କରାଗଲା l ଏଥିରେ ଓଡିଶା ଅଭିଭାବକ ସଂଘର ରାଜ୍ୟ ସମ୍ପାଦକ ଶିବରାମ ନାୟକ, ଚିତ୍ତରଞ୍ଜନ ବେହେରା,ଙ୍କ ନେତୃତ୍ୱ ରେ ଏହି କମିଟି ଗଠନ କରାଯାଇଥିଲା l ଏହି ନୂତନ କମିଟି ରେ ଆଲୋଚନା କରାଗଲା ଯେ ଆସନ୍ତା ଦିନରେ ଅଭିଭାବକ ମହାସଙ୍ଘ ତରଫରୁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ପରିଦର୍ଶନ କରି ଶିକ୍ଷା ର ମାନଦଣ୍ଡ କିପରି ଉନ୍ନତ ମlନର ହେବ ଏବଂ ବେସରକାରୀ ସ୍କୁଲ ର NOC ଏବଂ COR ନିରୀକ୍ଷଣ କରିବା ସହିତ ପାଠ ର ମାନଦଣ୍ଡ ନିରୀକ୍ଷଣ, ପରିଷ୍କାର ପରିଛନତା ନିରୀକ୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଗଲା l ଅଭିଭାବକ ମହାସଂଘ ଝାରସୁଗୁଡା ର ସମସ୍ତ ସ୍କୁଲ କତୃପକ୍ଷ ଙ୍କ ଠାରୁ ନିର୍ଭୁଲ ତଥ୍ୟ ପ୍ରଦାନ କରିବାରେ ସାହାଯ୍ୟ କରିବା ପାଇଁ ଆଶା କରୁଛନ୍ତି l

.jpeg)
