Type Here to Get Search Results !

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ରକ୍ତଭଣ୍ଡାର ଉଦଘାଟିତ

 


ଝାରସୁଗୁଡା :-

ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ନବନିର୍ମିତ ରକ୍ତଭଣ୍ଡାର ଉଦଘାଟିତ ହୋଇଛି ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତାନାନ୍ତର ହେବାର ଦୀର୍ଘ ଦିନ ପରେ ଏହା ସ୍ଥାନାନ୍ତରିତ ହୋଇଥିବାରୁ ଜନ ସାଧାରଣ ତଥା ବିଭିନ୍ନ ଅଂଚଳରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆସୁଥିବା ରୋଗୀ ଆଶ୍ବସ୍ତ ହୋଇଛନ୍ତି ।ଆଜି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜୟକୃଷ୍ଣ ନାୟକ  ଉଦ୍ଘାଟନ କରିଥିଲେ।ଉଦଘାଟନୀ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଦଳାଇ, ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସିଲୱାନ୍ତି ଯୋଯୋ,ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ବିରାଟ ରାଜା ପଧାନ, ହସ୍ପିଟାଲ ପରିଚାଳକ କୁମାର ଅଭିଷେକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ଭାବଗ୍ରାହୀ ବେହେରା, ପ୍ରମୋଦ ସା ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।ବିଧାୟକ ଆଗାମୀ ଦିନରେ ଜିଲ୍ଲାରେ ଥିବା ରକ୍ତ ସଂଗ୍ରହ  ଭ୍ୟାନ ଯେପରି ନିୟମିତ କାର୍ଯ୍ୟ କରିବ ସେ ଦିଗରେ  ଗୁରୁତ୍ବ ଦେବା ସହ ଆଗାମୀ ଦିନରେ ଅଧିକରୁ ଅଧିକ ରକ୍ତ ସଂଗ୍ରହ କରିବା ସହ ରୋଗୀଙ୍କ ସେବାରେ ନିୟୋଜିତ ହେବାକୁ ଅନୁରୋଧ କରିଥିଲେ ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.