Type Here to Get Search Results !

ଇଞ୍ଜିନିୟରିଂ କଲେଜର ଲେଡିଜ୍ ବାଥରୁମରେ ସିସିଟିଭି କ୍ୟାମେରା, ହୋଇଛି ୩୦୦ ଭିଡିଓ, ଜାଣନ୍ତୁ ଡିଟେଲ୍ସ


 

ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲା ସ୍ଥିତ ଗୁଡଲାବଲେରୂ କଲେଜ ଅଫ ଇଞ୍ଜିନିୟରିଂରେ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଝିଅମାନେ ହଷ୍ଟେଲର ଶୌଚାଳୟରୁ ଏକ ହିଡେନ କ୍ୟାମେରା ଜବତ ହୋଇଛି। ଏହି କ୍ୟାମେରାରେ ହୋଇତିବା କିଛି ଭିଡିଓ ଭାଇରାଲ ହେବାପରେ ଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।
ଏହି କ୍ୟାମେରା ବିଷୟରେ ଜଣାପଡିବାପରେ ଛାତ୍ରୀମାନେ ଥାନାରେ ଏତଲା ଦେଇଛନ୍ତି।

ଯାହାପରେ ପୋଲିସ ଫାଇନାଲ ଇୟରର ଜଣେ ଛାତ୍ରଙ୍କୁ ଗିରଫ କରିଛନ୍ତି ଏବଂ ତାଙ୍କୁ ପଚରାଉଚରା କରାଯାଉଛି।

ସୂଚନାନୁଯାୟୀ, କଲେଜର ହଷ୍ଟେଲରେ ଟଏଲେଟ ଭିତରେ ରଖାଯାଇଥିବା ଏହି କ୍ୟାମେରା ଜଣେ ଛାତ୍ରୀଙ୍କୁ ମିଳିଥିଲା। ଯାହାପରେ ଗୁରୁବାର ରାତିରେ ଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ଏବଂ ଛାତ୍ରୀମାନଙ୍କ ସୁରକ୍ଷା ଏବଂ ଗୋପନୀୟତା ବିଷୟରେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି।

ଛାତ୍ରୀଙ୍କ ଅନୁଯାୟୀ, ଏହି ହିଡଏନ କ୍ୟାମେରାରେ ୩୦୦ରୁ ଅଧିକ ଭିଡିଓ ରେକର୍ଡ କରାଯାଇଛି ଏବଂ ଏହାପରେ ଏହି ଭିଡିଓ ପୁଅମାନଙ୍କୁ ହଷ୍ଟେଲରେ ପ୍ରସାରିତ ହୋଇଛି। ଛାତ୍ରୀମାନେ ଗୁରୁବାର ରାତିରେ ହିଁ ଏହି ଭିଡିଓକୁ ଲଗାଇଥିବା ଏବଂ ଭାଇରାଲ କରିଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଲୋଗାନ ଦେଇଛନ୍ତି। ବିରୋଧ ମଧ୍ୟରେ ପୋଲିସଙ୍କୁ ମାମଲାର ସୂଚନା ଦିଆଯାଇଛି। ଅଭିଯୋଗ ମିଳିବା ପରେ ପୋଲିସ ଫାଇନାଲ ଇୟରର ଜଣେ ଛାତ୍ରଙ୍କୁ ଗିରଫ କରିଛନ୍ତି। କୁହାଯାଉଛି ଯେ, କ୍ୟାମେରା ଲଗାଇବାରେ ସେ ସାମିଲ ଥିଲା। ପୋଲିସ ଅଧିକାରୀଙ୍କ କହିଛନ୍ତି ଯେ, ବର୍ତ୍ତମାନ ତଦନ୍ତ ଚାଲିଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.