Type Here to Get Search Results !

ରାଜଧାନୀରେ ଲଜ୍ୟା : ୪ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର

 




ଭୁବନେଶ୍ୱର :-

ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏକ ଲଜ୍ଜାଜନକ ଘଟଣାର ଖବର । ଏକ ୪ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ସେ ପୁଣି ପଡ଼ୋଶୀ ଯୁବକ । ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଭବନେଶ୍ୱର ଏୟାରପୋର୍ଟ ଥାନା ଅଞ୍ଚଳରେ ଏକ ବସ୍ତିରେ ଜଣେ ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ଘର ପାଖର ୩୦ ବର୍ଷର ପଡ଼ୋଶୀ ଯୁବକ ଏହି ଲଜ୍ଜା ଜନକ ଘଟଣା ଘଟାଇଛି । ଏ ନେଇ ନାବାଳିକାର ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତ ଯୁବକୁ ଅଟକ ରଖି ପଚରାଉଚରା କରୁଛି । ଏହା ସହିତ ନାବାଳିକାକୁ ଡାକ୍ତରୀମାଇନା ପାଇଁ ପଠାଯାଇଛି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.