ଢାକା :-
ବାଂଲାଦେଶର ଜଣେ ମହିଳା ସାମ୍ବାଦିକା ଆତ୍ମହତ୍ୟା କରିଛନ୍ତି। ମୃତ ସାମ୍ବାଦିକା ହେଉଛନ୍ତି ସାରା ରାହାନୁମା (୩୨)। ସେ ଏକ ବଙ୍ଗଳା ନ୍ୟୁଜ୍ ଚାନେଲରେ ନ୍ୟୁଜ୍ରୁମ୍ ସମ୍ପାଦିକା ଭାବେ କାର୍ଯ୍ୟ କରୁଥିଲେ। ବୁଧବାର ସାରାଙ୍କ ମୃତଦେହ ଢାକାର ହାତିରଝିଲ୍ ହ୍ରଦରୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମଙ୍ଗଳବାର ରାତିରେ ସାରା ତାଙ୍କ ଫେସବୁକ୍ରେ ଦୁଇଟି ସଂକ୍ଷିପ୍ତ ପୋଷ୍ଟ କରିଥିଲେ।