Type Here to Get Search Results !

ପାର୍କିଂକୁ ନେଇ ଦୁଇ ସାଙ୍ଗଙ୍କୁ ନିର୍ମମ ହତ୍ୟା: ଅଭିଯୁକ୍ତ ଗଣେଶ, ପ୍ରଦୀପକୁ ଖୋଜୁଛି ପୁଲିସ

 


ଭୁବନେଶ୍ବର:-

ରକ୍ତରଞ୍ଜିତ ହେଲା ରାଜଧାନୀ। ପାର୍କିଂ ଭଳି ସାମାନ୍ୟ ଘଟଣାକୁ ନେଇ ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ ଦୁଇ ସାଙ୍ଗଙ୍କୁ ଛୁରି ଭୁସି ନିର୍ମମ ଭାବେ ହତ୍ୟା କରାଯାଇଛି। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଏୟାରଫିଲ୍ଡ ଥାନା କଲ୍ୟାଣପ୍ଲାଜା ଆନେକ୍ସରେ। ମୃତକ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ଜୁଲୁ ସେଠୀ (୩୫) ଓ କଣ୍ଟିଲୋ ଅଞ୍ଚଳର ରଶ୍ମିରଂଜନ ସେଠୀ ଓରଫ ଜିତୁ (୨୮)।

ଖବର ପାଇ ଡିସିପି ପ୍ରତୀକ ସିଂ ଓ ପୁଲିସ ଟିମ୍‌ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ବାକି ଟଙ୍କାକୁ ନେଇ କଳିଙ୍ଗନଗର କେ-୭ ଅଞ୍ଚଳର ନବଘନ ପାଟ୍ଟଶାଣୀ ଓରଫ ବାଙ୍କାଙ୍କୁ ଘାଟିକିଆ ଅଞ୍ଚଳରେ ହତ୍ୟା କରି କଟକରେ ଫୋପାଡ଼ିବା ଘଟଣାର ମାସେ ନପୂରୁଣୁ ପୁଣି ଦୁଇ ଜଣଙ୍କୁ ହତ୍ୟା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ମୁତାବକ, କଲ୍ୟାଣପ୍ଲାଜାର ପାର୍କିଂକୁ ନେଇ ରଶ୍ମିରଂଜନ ସହ ପ୍ଲାଜା ମେଣ୍ଟେନାନ୍ସ ଦାୟିତ୍ବରେ ଥିବା ଗଣେଶ ମଧ୍ୟରେ ବିବାଦ ଲାଗି ରହିଥିଲା। ଦୁଇଦିନ ତଳେ ରଶ୍ମିରଂଜନ ପ୍ଲାଜା ସମ୍ମୁଖ ପାର୍କିଂରେ କାର୍‌ ରଖିଥିବା ବେଳେ ସେମାନେ ବିରୋଧ କରିଥିଲେ। ଏମିତି କି ହାତାହାତି ହୋଇଥିଲେ। ‌ଆଜି ପ୍ଲାଜା ସମ୍ମୁଖ ଫାଙ୍କା ଥିବାରୁ ରଶ୍ମିରଂଜନ କାର୍‌କୁ ସେଠାରେ ପାର୍କିଂ କରି ନିକଟରେ ଥିବା ତାଙ୍କ ଦୋକାନକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୯ଟାରେ ଗଣେଶ ସେଠାକୁ ଆସି ଗାଳିଗୁଲଜ କରିଥିଲା। କାର୍‌କୁ ଗୋଇଠା ମାରି ହଟାଇବାକୁ କହିଥିଲା। ତା'ର ଏଭଳି ବ୍ୟବହାର ଦେଖି ରଶ୍ମିରଂଜନ ପ୍ରତିବାଦ କରିବା ସହ ଗଣେଶକୁ ମାଡ଼ ମାରିଥିଲେ। ମାଡ଼ଖାଇ ରାଗରେ ଜଳୁଥିବା ଗଣେଶ ସେଠାରୁ ପ୍ଲାଜାକୁ ଯାଇ ପ୍ରଦୀପକୁ ଫୋନ୍‌କରି ଛୁରି ଆଣିବାକୁ କହିଥିଲା। ୪ରୁ ଅଧିକ ସହଯୋଗୀଙ୍କ ସହ ପ୍ରଦୀପ ଛୁରିଧରି ସେଠାରେ ପହଞ୍ଚିବା ପରେ ସେମାନେ ରଶ୍ମିରଂଜନଙ୍କ ଛାତିକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସେ ଜୀବନ ବିକଳରେ ଧାଇଁବା ବେଳେ ସେମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.