ବିଦ୍ରୋହ ଯୋଗୁଁ ଗତ ୫ ତାରିଖରେ ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ପରେ ନୂଆ ସରକାର ଗଠନ ହୋଇଥିଲା ଏବଂ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା। ଏହି ସମ୍ପୂର୍ଣ୍ଣ ଘଟଣା ପଛରେ ଆମେରିକାର ହାତ ଥିବା ହସିନା ଦାବି କରିଥିଲେ।
ସୂଚନା ଅନୁଯାୟୀ ଅଗଷ୍ଟ ୫ ତାରିଖ ରାତି ପ୍ରୟା ୧ଟାରେ ଭାରତୀୟ ଗୁଇନ୍ଦା ଏଜେନ୍ସିର ଜଣେ ଅଧିକାରୀ ଗୋପନୀୟ ଠିକଣାରେ ଥିଲେ। ସେ ବାଂଲାଦେଶର ଘଟଣାକ୍ରମଣ ବିଷୟରେ ନିଜ କମାଣ୍ଡ ସେଣ୍ଟରକୁ ସୂଚନା ପଠାଉ ଥିଲେ। ଫୋନ୍ରେ ଟାଇପ କରିବାକୁ ସମୟ ଲାଗୁଥିବାରୁ ସେ ସବୁ ଲେଖି ଫଟୋ ଉଠାଇ କମାଣ୍ଡ ସେଣ୍ଟରକୁ ପଠାଇ ଥିଲେ। ସେ ୧୬ ମାସ ତଳେ ବିଦ୍ରୋହର ସୂଚନା ପାଇଥିଲେ। ଏହାର ଅନେକ ଗୋପନୀୟ ସୂଚନା ବାଂଲାଦେଶ ଗୁଇନ୍ଦା ଏଜେନ୍ସି ଡାଏରୀରେ ରେକର୍ଡ କରାଯାଇଛି। ଏଥିରେ ବିଦ୍ରୋହର ଯୋଜନା ପ୍ରସ୍ତୁତ କରିଥିବା ଲୋକଙ୍କ ଫଟୋ ମଧ୍ୟ ଅଛି। ରିପୋର୍ଟ ଅନୁଯାୟୀ ବାଂଲାଦେଶ ନିର୍ବାଚନ ପୂର୍ବରୁ ୨୦୨୩ ମେ'ରେ ଆମେରିକାର ଆସିଷ୍ଟାଣ୍ଟ ସେକ୍ରେଟାରୀ ଏଫ ଷ୍ଟେଟ ଡୋନାଲ୍ଡ ଲୁ ଏବଂ ବାଂଲାଦେଶର ଆମେରିକା ରାଷ୍ଟ୍ରଦୂତ ପିଟର ହାସଙ୍କ ମଧ୍ୟରେ ବୈଠକ ହୋଇଥିଲା। ନିରପେକ୍ଷ ନିର୍ବାଚନ ନ ହେଲେ ଏଥିପାଇଁ ଦାୟୀ ଲୋକଙ୍କୁ ଆମେରିକା ଭିସା ଦିଆଯିବ ନାହିଁ ବୋଲି ସେ ଚେତାବନୀ ଦେଇଥିଲେ। ହସିନା ମଧ୍ୟ ନିର୍ବାଚନ ସମୟରେ ଆମେରିକା ଚାପ ନେଇ ସଙ୍କେତ ଦେଇଥିଲେ। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ମୁଖ୍ୟ ବିରୋଧୀ ଦଳ ବିଏନପି ନେତା ସିଆଇଏ ସହ ଯୋଗାଯୋଗରେ ଥିଲେ। ହସିନା ବିଜୟୀ ହେବା ପରେ ବିଦ୍ରୋହ ପାଇଁ ଦ୍ରୁତଗତିରେ କାର୍ଯ୍ୟାରମ୍ଭ କରି ଦେଇଥିଲେ।
ବାଂଲାଦେଶ ନିର୍ବାଚନରେ ବିରୋଧୀ ଦଳଗୁଡିକ ହସିନାଙ୍କୁ ଭାରତୀୟ ଏଜେଣ୍ଟ କହିଥିଲେ। ଭାରତ ବାଂଲାଦେଶକୁ ଉପନିବେଶ ବନାଇ ରଖିଛି। ହସିନା କ୍ଷମତା ପାଇଁ ଦେଶକୁ ଭାରତକୁ ବିକ୍ରି କରିଦେଇଥିବା ଅଭିଯୋଗ ଲଗାଇ ଥିଲେ। ନୂଆ ସରକାର ଗଠନ ପରେ ବାଂଲାଦେଶର ଆମେରିକା ରାଷ୍ଟ୍ରଦୂତ ପିଟର ହାସ ସିଙ୍ଗାପୁର ଯାଇଥିଲେ। ସେଠାରୁ ଥାଇଲାଣ୍ଡ ଦେଇ ଆମେରିକା ଯାଇଥିଲେ ଏବଂ ୧୭ ଦିନ ପରେ ଫେରିଥିଲେ। ସରକାରୀ ତଥ୍ୟ ଅନୁଯାୟୀ ଥାଇଲାଣ୍ଡରେ ଛୁଟି କଟାଇବା ପରେ ସେ ୱାଶିଂଟନ ଯାଇଥିଲେ। ମାତ୍ର ଏହି ସମୟରେ ସେ ଆମେରିକାରେ ୧୧୭ରୁ ୧୧୯ ପୃଷ୍ଠାର ଗୁଇନ୍ଦା ଉପସ୍ଥାପନ କରିଥିଲେ। ଏଥିରେ ବାଂଲାଦେଶରେ ମାନବାଧିକାର ଏବଂ ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ବିଷୟରେ କୁହାଯାଇଥିଲା। ଏହି ରିପୋର୍ଟକୁ ବିଦେଶ ମନ୍ତ୍ରାଳୟ ଏବଂ ଆମେରିକା କଂଗ୍ରେସ ସାମ୍ନାରେ ଉପସ୍ଥାପନ କରାଯାଇଥିଲା। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ମାର୍ଚ୍ଚରେ ଆଧୁନିକ ଅସ୍ତ୍ରଶସ୍ତ୍ରର ଏକ ସିପ୍ମେଣ୍ଟ ଥାଇଲାଣ୍ଡ, ମ୍ୟାଁମାର ଦେଇ ବାଂଲାଦେଶର କୁକି-ଚିନ ନ୍ୟାସନାଲ ଫ୍ରଣ୍ଟ ତଥା କେଏନଏଫ ବିଦ୍ରୋହୀଙ୍କ ପାଖରେ ପହଞ୍ଚି ଥିଲା। ସରକାରଙ୍କ ସହ ଶାନ୍ତି ଆଲୋଚନା ଜାରି ରଖିଥିବା ସତ୍ତ୍ବେ ଏହି ସଂଗଠନ ଏପ୍ରିଲରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିଦେଇଥିଲା।
ବ୍ୟାଙ୍କ ଲୁଟ୍ ସହିତ ପୁଲିସଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ସରକାର ବିରୋଧରେ ବାହାରି ଥିଲା। ଅନ୍ୟପଟେ ସିଆଇଏ ଏବଂ ଆଇଏସଆଇ ମିଶି ବିଦ୍ରୋହର ଦ୍ବିତୀୟ ଯୋଜନା ବନାଇ ଥିଲେ। ବିଦ୍ରୋହକୁ ବନ୍ଦ କରିବାକୁ ହସିନା ନିଜର ଭରସାଯୋଗ୍ୟ ୱାକର-ଉ-ଜମାଙ୍କୁ ସେନାମୁଖ୍ୟ ନିଯୁକ୍ତି କରିଥିଲେ ମଧ୍ୟ ଏହି ପଦକ୍ଷେପ ବିଫଳ ହୋଇଥିଲା। ସେନା ସକ୍ରିୟ ହେବାର ସମ୍ଭାବନା କମ୍ ଥିବାବେଳେ ହିଂସା କରାଯାଇଥିଲା। ଜୁଲାଇ ଶେଷଭାଗରେ ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ହୋଇଥିବାରୁ ସେନା ଢ଼ାକା ଆସି ପାରି ନ ଥିଲା। ସୈନିକ ସଂଖ୍ୟା କମ୍ ଥିବାରୁ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା। ଏହା ବ୍ୟତୀତ ସେନାର ମଧ୍ୟ ରାଜନୀତିକରଣ ହୋଇଥିଲା। ନିମ୍ନ Ñଙ୍କର ଅନେକ ଅଧିକାରୀ ଜମାତ-ଇ-ଇସଲାମୀକୁ ସମର୍ଥନ ଦେଇଥିଲେ। ତେଣୁ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇବାକୁ ଆଦେଶ ଦେଇଥିଲେ ସେନାରେ ବିଦ୍ରୋହ ହେବାର ଆଶଙ୍କା ଥିଲା। ଏଭଳି ସ୍ଥିତିରେ ସେନା କିଛି ପଦକ୍ଷେପ ନେଇ ନ ଥିଲା। ପରେ ଜୁଲାଇରେ ଆଇଏସଆଇ ଛାତ୍ରଛାତ୍ରୀଙ୍କ ବିରୋଧରେ ନିଜ ଏଜେଣ୍ଟକୁ ଅନୁପ୍ରବେଶ କରାଇ ଥିଲା। ଏହା ପରେ ହିଂସା ବଢ଼ିବାରେ ଲାଗିଥିଲା।

.jpeg)