Type Here to Get Search Results !

ସ୍ତ୍ରୀକୁ ଗୁଳିକରି ହତ୍ୟା କରିବାପରେ ନିଜକୁ ମାରିଲା ସ୍ୱାମୀ

 


କ୍ଷ୍ନୌ :-

ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି ହୃଦୟ ବିଦାରକ ଘଟଣା। ଘରୋଇ ବିବାଦ ନେଲା ଉଗ୍ର ରୂପ । ନିଜ ପତ୍ନୀଙ୍କୁ ଗୁଳି କରିବା ପରେ କନଷ୍ଟେବଳଜଣକ ନିଜକୁ ଗୁଳି କରିଦେଲେ। ମୃତକଦ୍ୱୟ ହେଲେ କନଷ୍ଟେବଳ ସର୍ବେଶ ରାୱତ ଓ ତାଙ୍କ ପତ୍ନୀ ଚନ୍ଦ୍ରିକା । ସର୍ବେଶ ୨୦୧୧ ମସିହାରୁ ଉତ୍ତରପ୍ରଦେଶର ପୁଲିସ୍‌ ବିଭାଗରେ ଚାକିରି କରିଛନ୍ତି।

ସେ ଚନ୍ଦ୍ରିକାଙ୍କୁ ବିବାହ କରିଥିଲେ। କିଛି ଦିନ ଉଭୟଙ୍କ ସମ୍ପର୍କ ଭଲରେ ଚାଲିବା ପରେ ଦେଖାଦେଲା ବିବାଦ । ଉଭୟଙ୍କ ସମ୍ପର୍କ ବିଗିଡ଼ିବାକୁ ଲାଗିଲା। ଏଥିରେ ଅତିଷ୍ଠ ହୋଇ ସର୍ବେଶ ଘଟାଇଛନ୍ତି ଚରମ କାଣ୍ଡ।
ଗତକାଲି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏଥିରେ ନିଜ ହିତାହିତ ଜ୍ଞାନ ହରାଇ ବସି ସର୍ବେଶ ପ୍ରଥମେ ପାଖରେ ଥିବା ଏକ ବନ୍ଧୁକରୁ ପତ୍ନୀଙ୍କୁ ଗୁଳି କରିଥିଲେ। ଏହାପରେ ସେ ନିଜ ମୁଣ୍ଡକୁ ବି ଗୁଳି କରି ଦେଇଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଚନ୍ଦ୍ରିକାଙ୍କୁ ମୃତ ଘୋଷଣା କରିଥିବା ବେଳେ ସର୍ବେଶଙ୍କ ଅବସ୍ଥା ଗୁରୁତର ଥିଲା। ମାତ୍ର ଆଜି ଭୋରରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.