Type Here to Get Search Results !

ସରକାରଙ୍କ ରାସନ୍ କାର୍ଡକୁ ନେଇ ନୂଆ କଟକଣା, ଘରେ‌ ଏହିସବୁ ଜିନିଷରୁ ଗୋଟେ‌ବି ଥିଲେ କଟିଯିବ କାର୍ଡ, ଜାଣନ୍ତୁ କଣ

 



ରାସନ୍ କାର୍ଡକୁ ନେଇ ସରକାର ନେଲେ ବଡ ପଦକ୍ଷେପ । ଯଦି ଆପଣଙ୍କ ନିକଟରେ ଏଥିରୁ କୌଣସି ବି ପ୍ରମାଣପତ୍ର ଥାଇ ଆପଣ ରାସନ୍ କାର୍ଡର ହିତାଧିକାରୀ ହୋଇଛନ୍ତି , ତେବେ ଏଣିକି ଆଉ କାମ ଦେବ ନାହିଁ ସେହି ରାସନ୍ କାର୍ଡ ।

ତେବେ ସାଧାରଣତଃ ସାଧାରଣ ବର୍ଗର ଲୋକ ମାନଙ୍କ ପାଇଁ ଏହି ରାସନ୍ କାର୍ଡର ସୁବିଧା ଥାଏ । କିନ୍ତୁ କିଛି ଏପରି ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି ଯେଉଁଥିରେ ଯିଏ ରାସନ୍ କାର୍ଡର ଯୋଗ୍ୟ ତାଙ୍କୁ ରାସନ୍ କାର୍ଡ ନ ମିଳିଥିବା ବେଳେ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଏହି ରାସନ୍ କାର୍ଡ ପାଇଁ ଯୋଗ୍ୟ ନୁହନ୍ତି ସେମାନେ ମଧ୍ୟ ଏହାର ଲାଭ ଉଠାଉଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ସରକାର ଏକ ଏଭଳି ପଦକ୍ଷେପ ନେଇଛନ୍ତି । ଯେଉଁ ଲୋକ ରାସନ୍ କାର୍ଡ ପାଇଁ ଯୋଗ୍ୟ ଯେପରି ସେମାନେ ଏହି ରାସନ୍ କାର୍ଡରୁ ବଞ୍ଚିତ ନ ହୁଅନ୍ତୁ ଏହା ସରକାରଙ୍କର ମୂଳ ଲକ୍ଷ । ତେଣୁ ସରକାରଙ୍କ ଘୋଷଣା ଅନୁଯାୟୀ ଯଦି ଆପଣଙ୍କ ନିକଟରେ ଏଥି ମଧ୍ୟରୁ କୌଣସି ବି ପ୍ରମାଣ ପତ୍ର ରହିଛି ତେବେ ଆପଣ ଏଣିକି ଆଉ ଏହାର ଲାଭ ଉଠାଇ ପାରିବେ ନାହିଁ ।

ଜାଣନ୍ତୁ କଣ ରହିଛି ସେହି ସବୁ ପ୍ରମାଣପତ୍ର ……

ଯଦି ଆପଣଙ୍କର ବାର୍ଷିକ ଆୟ ୨ଲକ୍ଷରୁ ଅଧିକ ହୋଇଥାଏ , ତେବେ ଆପଣ ରାସନ୍ କାର୍ଡ ଅନ୍ତର୍ଭୁକ୍ତ ହେବେ ନାହିଁ । କିମ୍ବା ଯଦି ଆପଣଙ୍କ ନାମରେ ଏକ ପ୍ଲଟ, ଫ୍ଲାଟ୍ ସହିତ ୧୦୦ ବର୍ଗ ମିଟରରୁ ଅଧିକ ଜମି ରହିଛି ତାହେଲେ ବି ଆପଣ ଆଉ ଏହି ସୁବିଧା ପାଇ ପାରିବେ ନାହିଁ । ଏବଂ ଏହା ସହିତ ଯଦି ଆପଣ ଙ୍କର କୌଣସି ଚାରି ଚକିଆ ଯାନ ମଧ୍ୟ ରହିଛି ତାହେଲେ ବି ଆପଣ ଆଉ ରାସନ୍ କାର୍ଡର ସୁବିଧା ଉଠାଇ ପାରିବେ ନାହିଁ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.