ଝାରସୁଗୁଡା:-
ଲକ୍ଷ୍ମୀ ନାରାୟଣ କଲେଜ୍ ର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପୁରୁଣାବସ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ଆସନ୍ତା ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ସର୍ବସମ୍ମତି କ୍ରମେ ଏକ କମିଟି ଗଠନ କରାଯାଇଛି l ସଭାପତି ଭାବେ ଅଶୋକ ମାହାପାତ୍ର, କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପଟେଲ, ଉପସଭାପତି ନରେନ୍ଦ୍ର ପଣ୍ଡା, ମନରଞ୍ଜନ ମହାପାତ୍ର, ହେମନ୍ତ କୁମାର ତ୍ରିପାଠୀ, ସମ୍ପାଦକ ପ୍ରଶାନ୍ତ ମହାରଣା, ସହ ସମ୍ପାଦକ ସୁରେନ୍ଦ୍ର ପଣ୍ଡା, ନରେଶ ନାଏକ, କୋଷାଧ୍ୟକ୍ଷ ଶ୍ବେତାଂଷୁ ଶେଖର ଦାଶ, ସହ କୋଷାଧ୍ୟକ୍ଷ ଶ୍ରୀକାନ୍ତ ପଟେଲଙ୍କୁ ଚୟନ କରିବା ସହ ଏକ ମାର୍ଗଦର୍ଶକ କମିଟି ଗଠନ କରାଯାଇଛି l ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ହ୍ୱାଟ୍ସଅପ୍ ଗୃପ କରାଯିବ l ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ଏଥିରେ ଯୋଡିବା ପାଇଁ ପ୍ରୟାସ ହେବ l ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ବିଭିନ୍ନ କମିଟି ଗଠନ କରାଯାଇ ଦାୟିତ୍ଵ ବଣ୍ଟନ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି l କାର୍ଯ୍ୟକ୍ରମକୁ ସୁରୁଖୁରୁରେ କରାଯିବା ପାଇଁ ଆଗାମୀ ଦିନରେ ବୈଠକ କରି ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ l ଆଜିର ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ଛାତ୍ର ଓ ଶିକ୍ଷକଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଯୋଗ ଦେଇଥିଲେ l ଆଜିର ଏହି ବୈଠକକୁ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ତ୍ରିପାଠୀ ପରିଚାଳନା କରିଥିବା ବେଳେ ଶିକ୍ଷକ ଆଶୁତୋଷ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l


