Type Here to Get Search Results !

ବାଂଲାଦେଶରେ ପୁଣି ତେଜିଲା ହିଂସା: ୪୦ରୁ ଅଧିକ ଲୋକ ଆହତ, ସଚିବାଳୟ ବାହାରେ ସ୍ଥିତି ଜଟିଳ

 


ଶେଖ୍ ହସୀନାଙ୍କ ଆସିବା ପରେ ବାଂଲାଦେଶରେ ସ୍ଥିତି ବଦଳିବ ବୋଲି ଆଶା ଥିଲା । କିନ୍ତୁ ଏହା ବର୍ତ୍ତମାନ ଆହୁରି ଜଟିଳ ହୋଇଯାଇଛି । ରବିବାର ରାତିରେ ବାଂଲାଦେଶରେ ପୁଣିଥରେ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଛି । ରାଜଧାନୀରେ ସଚିବାଳୟ ନିକଟରେ ଛାତ୍ରଛାତ୍ରୀ ଏବଂ ଅଂସାର ସଦସ୍ୟଙ୍କ ମଧ୍ୟ ବିବାଦ ଦେଖାଦେଇଛି । ଏହି ମାରପିଟରେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୋଲିସ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା ଜାରି ରଖିଥିଲା ।

ଏହାପୂର୍ବରୁ ଢାକା ୟୁନିଭର୍ସିଟିର ହଷ୍ଟେଲରୁ ବାହାରି ହଜାର ହଜାର ଛାତ୍ରଛାତ୍ରୀ ସଚିବାଳୟ ସାମନାକୁ ଆସିବା ସହ ରାଜୁ ସ୍ମାରକ ନିକଟରେ ଏକାଠି ହୋଇଥିଲେ । ଏହାପରେ ଅଂସର ଗ୍ରୁପର ସଦସ୍ୟାମାନଙ୍କ ବିରୋଧରେ ଆହ୍ୱାନ ଦେଇଥିଲେ । ତେବେ ମୁହାଁମୁହିଁ ପରିସ୍ଥିତି ହେବା ବେଳେ ପୋଲିସ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଥିଲା । ରିପୋର୍ଟ ଅନୁସାରେ, ଅଂସାର ଗ୍ରୁପର ସଦସ୍ୟମାନେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ତଥା ଛାତ୍ର ବିରୋଧୀ ଆନ୍ଦୋଳନର ସଂଯୋଜକ ନହିଦ ଇସଲାମ, ସଂଯୋଜକ ସରଜୀମ ଆଲାମ, ହସନତ ଅବଦୁଲ୍ଲା ଏବଂ ଅନ୍ୟମାନଙ୍କୁ ସଚିବାଳୟରେ ଗୃହରେ ରଖିବା ସମ୍ପର୍କରେ ଜାଣିବା ପରେ ତାତି ଉଠିଛନ୍ତି ଛାତ୍ରଛାତ୍ରୀ । ଏହି ନଜରବନ୍ଦୀ ପାଇଁ ଅଂସାର ଗ୍ରୁପର ମହାନିର୍ଦ୍ଦେଶକ ମେଜର ଜେନେରାଲ ଏ.କେ ଅମୀନୁଲ ହକ୍ ହିଁ ଦାୟୀ ବୋଲି ଏକ ପୋଷ୍ଟରେ ସୂଚନା ଦେଇଛନ୍ତି ହସନତ ଅବଦୁଲ୍ଲା ।

ଏ.କେ.ଏମ ଆମିନୁଲ ହକ ହେଉଛନ୍ତି ଶେଖ୍ ହସୀନାଙ୍କ ସରକାରରେ ଜଳ ସାଂସାଧନ ଉପମନ୍ତ୍ରୀ ଏ.କେ.ଏମ ଆମିନୁଲ ଶମୀମଙ୍କ ବଡ ଭାଇ । ଛାତ୍ରମାନେ କହିଛନ୍ତି ଯେ, ସେମାନେ ଅନ୍ୟ ଛାତ୍ର ଗୋଷ୍ଠୀ ସହାୟତାରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଁଛନ୍ତି। ସେଥିପାଇଁ ଗତ କିଛି ଦିନ ହେବ ଅଂସାର ଗୋଷ୍ଠୀର ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ। ଅଂସାର ଗ୍ରୁପର ଏହି ସଦସ୍ୟମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଗୃହ ବିଭାଗର ପରାମର୍ଶଦାତା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଜାହାଙ୍ଗୀର ଆଲାମ ଚୌଧୁରୀ ନିଶ୍ଚିତ କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.