Type Here to Get Search Results !

ବନ୍ଧବହାଲ MCL ଦିନବାନ୍ଧବ କ୍ଷେତ୍ରରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ


ବନ୍ଧବହାଲ :-

ଝାରସୁଗୁଡା ଜିଲ୍ଲା ବନ୍ଧବହାଲ MCL ଦିନବାନ୍ଧବ କ୍ଷେତ୍ରରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ଠାରେ ଆସନ୍ତା 7 ତାରିଖରେ ହେବାକୁ ଥିବା ଦୀନବାନ୍ଧବ କ୍ଷେତ୍ରରେ ରଥଯାତ୍ରା ପାଇଁ ଆଜି ସନ୍ଧ୍ୟା 6ଟା ସମୟରେ ବନହରପାଲି ଥାନା ଅଧିକାରୀ ରଂଜିତ ନାଏକ ଓ ବନ୍ଧବାହାଲ ଫାଣ୍ଡି ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ଶାନ୍ତିକମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଦିନବାନ୍ଧବ ଠାରୁ ମାଉସୀ ମନ୍ଦିର ପର୍ଯ୍ୟନ୍ତ ବୁଲିଦେଖିବା ସହ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ବନହରପାଳି IIC ରଂଜିତ ନାଏକ। ମନ୍ଦିର କମିଟି ସଭାପତି ସଂଜୀବ ସିଂ, ସାଧାରଣ ସମ୍ପାଦକ ସଞ୍ଜୟ ଗିରି, କୋଷାଧକ୍ଷ ଅନିଲ ଦାସ, MCL ଲଖନପୁର ଏରିଆ ପ୍ରଶନାଲ ମେନେଜର ଉପସ୍ଥିତ ଥିଲେ। ଭକ୍ତମାନେ କିପରି ଶୃଙ୍ଖଳିତ ଭାବରେ ଦର୍ଶନ କରିପାରିବେ ସେଥିପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରିବା ପାଇଁ ମନ୍ଦିର କମିଟି ଙ୍କୁ IIC ରଂଜିତ ନାଏକ କହିଛନ୍ତି। ମନ୍ଦିର ଠାରୁ ମାଉସୀ ମନ୍ଦିର ପର୍ଯ୍ୟନ୍ତ safety ଉପରେ ଧ୍ୟାନ ଦେବା ପାଇଁ କହିଛନ୍ତି। ଏହାସହିତ MCL ମହାପ୍ରବନ୍ଧକ ସଞ୍ଜୟ କୁମାର ଝା ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବିଶେଷ ଧ୍ୟାନ ଦେବା ପାଇଁ MCL Security officer ଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ବିଭିନ୍ନ ଡାଇଭରସନ ରଥ କଉଠି ଛିଡା ହବ ପଏଣ୍ଟ ଗୁଡିକ ଚିହ୍ନଟ କରାଯାଇଛି,ବୋଲି ସେ ପ୍ରକାଶ କରିଛନ୍ତି। ଶାନ୍ତି ଶୃଙ୍ଖଳାର ସହ ପହଣ୍ଡି ଠାରୁ ରଥଟଣା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁରୁଖୁରରେ ହେବା ନେଇ ପୁଲିସ ପ୍ରଶାସନ ପ୍ରସ୍ତୁତ ଥିବା ନେଇ ବନହରପାଳି IIC ରଂଜିତ ନାଏକ ସୂଚନା ଦେଇଛନ୍ତି। ବନ୍ଧବାହାଲ ରୁ ସମୀର ଙ୍କ ରିପୋର୍ଟ 




Post a Comment

0 Comments
* Please Don't Spam Here. All the Comments are Reviewed by Admin.