Type Here to Get Search Results !

ଦମ୍ପତିକୁ ଆକ୍ରମଣ କରି ନୂଆ ଆଇନରେ ଯୁବକ ଗିରଫ



ପିପିଲି :-

ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ଅଧିନ ବଳଙ୍ଗା ଥାନା ଅଞ୍ଚଳ ପଞ୍ଚାୟତ ଵାୟାଵର ଗ୍ରାମରେ ଦମ୍ପତିଙ୍କୁ ଆକ୍ରମଣ କରିବା ମାମଲା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ବଳଙ୍ଗା ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ନୂଆ ଆଇନରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ସେହି ଗ୍ରାମର ଦିଲ୍ଲୀପ ଖଟୋଇ(୩୧)। ସୂଚନା ମୂତାଵକ ଗତ ମଙ୍ଗଳବାର ସଂଧ୍ୟାରେ ଅଭିଯୁକ୍ତ ଦିଲ୍ଲୀପ ଜାଗାଵାଡିକୁ କେନ୍ଦ୍ରକରି ସେହି ଗ୍ରାମର ଦୁର୍ଯ୍ୟୋଧନ ଖଟୋଇ ଓ ତାଙ୍କ ସ୍ତ୍ରୀ ସାବିତ୍ରୀ ଖଟୋଇଙ୍କୁ କାଠ ଫାଳିଆରେ ଆକ୍ରମଣ କରି ଥାନାକୁ ଗଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଆକ୍ରମଣରେ ସାବିତ୍ରୀଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରିବାର ଲୋକେ ସାବିତ୍ରୀ କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ।ଏ ନେଇ ଦୂର୍ଯ୍ୟୋଧନଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରିବାପରେ ଥାନାରେ ପୋଲିସ ୧୯୯/୨୪ରେ( ବି ଏନଏସ)ଦଫା-126(2).115(2).117(2).296.351(2).ଆଧାରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦିଲ୍ଲୀପକୁ ଗୁରୁବାର ଦିନ ଭୋର ସମୟରେ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଥାନା ଅଧିକାରୀ ଜଣାଇ ଛନ୍ତି। ପିପିଲି ରୁ ଦିବାକର ପ୍ରଧାନ ଙ୍କ ରିପୋର୍ଟ।



Post a Comment

0 Comments
* Please Don't Spam Here. All the Comments are Reviewed by Admin.