Type Here to Get Search Results !

ହେମନ୍ତ ସୋରେନ୍‌ ଜେଲ୍‌ରୁ ଫେରିବା ପରେ ଇସ୍ତଫା ଦେଲେ ଚମ୍ପାଇ ସୋରେନ

 


ଝାରଖଣ୍ଡ :-

ନିଜ ପଦରୁ ଇସ୍ତଫା ଦେଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଜେଲ୍‌ରୁ ଫେରିବା ପରେ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଚମ୍ପାଇ ସୋରେନ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଥିବା ବେଳେ ହେମନ୍ତ ସୋରେନ ନୂଆ ସରକାର ଗଠନ କରିବା ପାଇଁ ଦାବି କରିଥିଲେ।ଆଜି ହେମନ୍ତ ସୋରେନ୍‌ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଶପଥ ପାଠ କରାଇଅଛନ୍ତି ରାଜ୍ୟପାଳ ସିପି ରାଧାକୃଷ୍ଣନ।ସୂଚନା ଅନୁସାରେ, ଜେଲରୁ ଫେରିବା ପରେ ହେମନ୍ତ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ହେମନ୍ତଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିବା ପରେ ତାଙ୍କର ଘନିଷ୍ଠ ସହଯୋଗୀ ଚମ୍ପାଇ ସୋରେନଙ୍କୁ ରାଜ୍ୟ କମାଣ୍ଡ ହସ୍ତାନ୍ତର କରାଯାଇଥିଲା। ଜାନୁଆରୀ ୩୧ରେ ଇଡି ହେମନ୍ତ ସୋରେନଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା। ପାଞ୍ଚ ମାସ ଧରି ଜେଲରେ ରହିବା ପରେ ହାଇକୋର୍ଟରୁ ତାଙ୍କୁ ବେଲ୍ ମିଳିଛି। ଜୁନ୍ ୨୮ରେ ହାଇକୋର୍ଟ ବେଲ୍ ଦେବା ପରେ ଜାମିନରେ ମୁକୁଳିଛନ୍ତି ସୋରେନ୍।



Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.