Type Here to Get Search Results !

IND vs ZIM: ଆଜି ଭାରତ ବନାମ ଜିମ୍ବାଓ୍ବେ ତୃତୀୟ ଦିନିକିଆ, କେମିତି ରହିବ ଚୁଡାନ୍ତ ଏକାଦଶ, କିଏ ପଡ଼ିବ ବାଦ୍ ?

 


ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ଚଳିତ ସିରିଜର ତୃତୀୟ ଟି-୨୦ ଆଜି ବୁଧବାର ହରାରେ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ପ୍ରଥମ ୨ଟି ମ୍ୟାଚ ପରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ ୧-୧ ସ୍ଥିତିରେ ରହିଛି । ପ୍ରଥମ ଟି୨୦ରେ ଜିମ୍ବାଓ୍ବେ ଜିତିଥିବାବେଳେ ଦ୍ୱିତୀୟ ମ୍ୟାଚରେ ଭାରତ ଜିତିଥିଲା ।

ଗତ ମାସରେ ଟି-୨୦ ବିଶ୍ୱକପ୍‌ ଜିତିଥିବା ଦଳର ସଦସ୍ୟ ଯଶସ୍ବୀ ଜୟସ୍ବାଲ, ସଞ୍ଜୁ ସାମସନ ଓ ଶିବମ୍‌ ଦୁବେ ଆସି ଦଳ ସହ ଯୋଗ ଦେଇଛନ୍ତି ।

ଫଳରେ ଟିମ୍‌ କମ୍ବିନେଶନକୁ ନେଇ ଉତ୍କଣ୍ଠା ବଢ଼ିଛି। ବିଶେଷ କରି ଜୟସ୍ବାଲଙ୍କ ବ୍ୟାଟିଂ ପୋଜିଶନ ଉପରେ ନଜର ରହିବ ।ପ୍ରଥମ ୨ଟି ମ୍ୟାଚରେ ଅଧିନାୟକ ଶୁବମନ ଗିଲ୍‌ଙ୍କ ସହ ଇନିଂସ ଓପନ କରିଛନ୍ତି ଅଭିଷେକ ଶର୍ମା । ସେ ପ୍ରଥମ ମ୍ୟାଚରେ ଫେଲ୍‌ ମାରିଥିଲେ ହେଁ ଦ୍ୱିତୀୟ ମ୍ୟାଚରେ ବିସ୍ଫୋରକ ଶତକ ହାସଲ କରି ନିଜ ଦକ୍ଷତା ଦେଖାଇଛନ୍ତି ।

ଆମେ ଯଦି ଦେଖିବା ଜୟସ୍ବାଲ ୧୭ଟି ଟି-୨୦ ଅନ୍ତର୍ଜାତୀୟରେ ଗୋଟିଏ ଲେଖାଏ ଶତକ ଓ ଅର୍ଦ୍ଧଶତକ ସହ ୧୬୧ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ୍‌ ହାର ରଖିଥିବାରୁ ତାଙ୍କୁ ଅଣଦେଖା କରାଯାଇ ପାରିବନାହିଁ । ସେ ବିଶ୍ୱକପ୍‌ ବିଜୟୀ ଦଳର ରିଜର୍ଭ ଓପନର ମଧ୍ୟ ଥିଲେ । ସେ ଗିଲ୍‌ଙ୍କ ସହ ଇନିଂସ ଓପନ କଲେ ଅଭିଷେକଙ୍କ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ ହେବ ନଚେତ୍‌ ବାହାରେ ବସିବାକୁ ପଡ଼ିବ ।

୨୦୧୧ରେ ମନୋଜ ତିଓ୍ବାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କ୍ୟାରିୟରର ପ୍ରଥମ ଦିନିକିଆ ଶତକ ହାସଲ କରିବା ପରେ ଏବଂ ୨୦୧୬ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ କରୁଣ ନାୟାର ତ୍ରିଶତକ ହାସଲ କରିବା ପରେ ଦଳରୁ ବାହାରେ ରହିଥିଲେ । ମାତ୍ର ଅଧିନାୟକ ଗିଲ୍‌ ୧୪ ବର୍ଷରୁ କମ୍‌ ବେଳରୁ ଖେଳି ଆସୁଥିବା ତାଙ୍କ ପ୍ରିୟ ବନ୍ଧୁଙ୍କ ପ୍ରତି ଏପରି ସମ୍ଭବତଃ କରିବେନି

। ତେବେ ଜୟସ୍ବାଲ କିମ୍ବା ଅଭିଷେକଙ୍କ ମଧ୍ୟରୁ ଜଣେ ତୃତୀୟ ସ୍ଥାନରେ ଆସିବେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ସ୍ବାଭାବିକ ଭାବେ ୩ ନମ୍ବରରେ ଖେଳୁଥିବା ସାମସନ ୫ ନମ୍ବରରେ ଆସିବେ ଏବଂ ପୂର୍ବ ୨ ମ୍ୟାଚରେ ୩ ନମ୍ବରରେ ଖେଳିଥିବା ଋତୁରାଜ ଗାଏକ୍ୱାଡ୍‌ଙ୍କୁ ୪ ନମ୍ବରରେ ଆସିବାକୁ ପଡ଼ିବ।



ପ୍ରଥମ ୨ଟି ମ୍ୟାଚ ପାଇଁ ଦଳରେ ସାମିଲ ହୋଇଥିବା ବି. ସାଇ ସୁଦର୍ଶନଙ୍କ ସ୍ଥାନରେ ଜୟସ୍ବାଲ ପ୍ଲେଇଂ ଇଲେଭେନରେ ରହିବେ। ସେହିପରି ଆମେ ଯଦି ଦେଖିବା ଉଇକେଟକିପର ଧ୍ରୁବ ଜୁରେଲଙ୍କ ସ୍ଥାନରେ ସାମସନ ଏବଂ ଗତ ବିଶ୍ୱକପ୍‌ରେ ଖେଳିଥିବା ଦୁବେ ସମ୍ଭବତଃ ରିୟାନ ପରାଗଙ୍କୁ ରିପ୍ଲେସ କରିବେ। ଜିମ୍ବାଓ୍ବେ ସ୍ପିନରଙ୍କ ବିପକ୍ଷରେ ଦୁବେ ପ୍ରଭାବୀ ହେବା ଆଶା କରାଯାଉଛି। ଅଧିନାୟକ ଗିଲ୍‌ ପ୍ରଥମ ୨ଟି ମ୍ୟାଚରେ ବିଫଳ ହୋଇଛନ୍ତି। ତେଣୁ ତାଙ୍କ ବ୍ୟାଟ୍‌ରୁ ଏକ ବଡ଼ ସ୍କୋର ଆଶା କରାଯାଉଛି।

ଜିମ୍ବାଓ୍ବେ ପାଇଁ ବ୍ୟାଟିଂ ବିଭାଗ ଚିନ୍ତାର କାରଣ ପାଲଟିଛି । ପ୍ରଥମ ମ୍ୟାଚରେ ଆଗେ ବ୍ୟାଟିଂକରି ଏହି ଦଳ ମାତ୍ର ୧୧୫ ରନ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ୨୩୫ ରନ ଚେଜ୍‌କରି ୧୩୪ରେ ସୀମିତ ରହିଥିଲା।

ହରାରେ ସ୍ପୋଟର୍‌ସ କ୍ଲବ ଟ୍ରାକ୍‌ରେ ସ୍ପିନରଙ୍କୁ ଅତିରିକ୍ତ ବାଉନ୍ସ ମିଳୁଥିବାରୁ ରବି ବିଷ୍ଣୋଇ (୮ ଓଭରରେ ୬/୨୪) ଏବଂ ଓ୍ବାଶିଂଟନ ସୁନ୍ଦର (୮ ଓଭରରେ ୩/୩୯)ଙ୍କୁ ଖେଳିବାରେ ଜିମ୍ବାଓ୍ବେ ବ୍ୟାଟରମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରଥମ ଟି୨୦ରେ ୧୩ ରନରେ ହାରିବା ପରେ ଭାରତ ଦ୍ୱିତୀୟ ମ୍ୟାଚରେ ୫ ବଦଳରେ ୪ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ଖେଳିଥିଲା। ଏହା କାମ ଦେଇଥିଲା। ପ୍ରଥମେ ବ୍ୟାଟିଂ କରିବା ମଧ୍ୟ ଦଳକୁ ଆଡ୍‌ଭାଣ୍ଟେଜ୍‌ ଦେଇଥିଲା।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.